ଜତଗତ୍ତାରିଣୀ ଜନନୀ
ଜତଗତ୍ତାରିଣୀ ଜନନୀ
ଜନନୀ, ଜନନୀ, ଜନନୀ
ଆଶ୍ଵିନ ମାସର ଶୁଭ ଅବସରେ
ତୋହର ସ୍ଵରୂପ ମନେ ଉଙ୍କିମାରେ
ମୃଣ୍ମୟ ମୂର୍ତ୍ତିରେ, ପୁଜା ମଣ୍ଡପରେ, ବୈଦିକ ରୀତିରେ
ଆବାହନ କରେ ଭବାନୀ
ଜନନୀ, ଜନନୀ, ଜନନୀ ।
ତୋରୂପ ବର୍ଣ୍ଣନା ବେଦ ପୁରାଣ ର
ଲିଖନ ଉଧ୍ରୁତ କରି ରୂପକାର
କରେ ରୂପାୟିତ, ତୋର ଦଶ ହାତ, କଳ୍ପନା ଅତୀତ
ଦୁର୍ଗା ତୁ ଦୁର୍ଗତି ନାଶିନୀ
ଜନନୀ, ଜନନୀ, ଜନନୀ ।
ସିଂହ ପୃଷ୍ଠେ ବସି ଆବିର୍ଭୁତା ମାତା
କଇଳାସ ପୁତ୍ରୀ ଧୁର୍ଜଟି ବନିତା
ଗଣେଶ ଜନନୀ, ଉମା,କାତ୍ୟାୟନୀ, ମହିଷା ମର୍ଦ୍ଦିନୀ
ଗଙ୍ଗାଧର ମନ ମୋହିନୀ
ଜନନୀ, ଜନନୀ, ଜନନୀ ।
ମଣି ମର୍କତ ଦୀପ୍ତା ସ୍ବର୍ଣ୍ଣାଭ ଭୁଷା
ମା କାଞ୍ଚନ ବଳୟ ହସ୍ତା ସୁବେଶା
କନକ ମୁକୁଟ, ଶଙ୍ଖ ଚକ୍ର ହସ୍ତ ଚୁଡ଼ା ଜଟାଜୁଟ
ମା ତ୍ରିନେତ୍ରା ଚାରୁ ହାସିନୀ
ଜନନୀ ଜନନୀ ଜନନୀ ।
ନିରାଶା ଅନ୍ଧାରେ ଆଶାର ଆଲୋକ
ପ୍ରଜ୍ଜ୍ୱଳିତ କରି ଥାଉ ତୁହି ମାତ
ତୋ ବିନା ଜଗତ, ଅଟେ ମୃତବତ୍, ତୋ ଚରଣାଶ୍ରିତ
ତ୍ରାହି ଦେବୀ ଜଗତ୍ତାରିଣୀ
ଜନନୀ, ଜନନୀ, ଜନନୀ ।
ଦୀନ ଦୁଃଖୀ ଅବା ଅନାଥ ଜନର
ନିସ୍ତାର ଦାତ୍ରୀ ୟେ ଭବ ପାରାବାର
ତୁହି ସାହା ରାହା, ତୋ ଅପାର ଦୟା, ସହାୟ ହୁଅ ମା
ତୋ ପଦେ କରେ ଦାୟିନୀ
ଜନନୀ, ଜନନୀ, ଜନନୀ ।