STORYMIRROR

Amita Rath

Tragedy

3  

Amita Rath

Tragedy

ଜରି ଗୋଟାଳି

ଜରି ଗୋଟାଳି

1 min
183


ରାସ୍ତା କଡ଼ରେ ଦୀନ ହୀନ ବେଶ

ହାତରେ ଅଖାର ମୁଣି,

ଦରିଦ୍ରତାର କଷାଘାତ ତାକୁ

ଏ ରୂପ ଦେଇଛି ଆଣି।୧।

ଘ୍ରୃଣା ଲାଗେ କେବେ ଅପରିଚ୍ଛନ୍ନ,

ବସ୍ତ୍ର ତାହାର ଦେଖି,

କେବେ ପୁଣି ଦେଖି କଷ୍ଟ ତାହାର

ଦୟାରେ ଆର୍ଦ୍ର ଆଖି।୨।

ହୀନ କାମ ବୋଲି କହୁ ସିନା ଆମେ 

ସେଇତ ମହତ କାମ,

ସୁରକ୍ଷିତ ଏକା ରହେ ସେଥି ଯୋଗୁଁ

ଏଇ ପରିବେଶ ଆମ।୩।

ସ୍ୱଚ୍ଛ ଭାରତ ସ୍ୱଚ୍ଛ ପରିବେଶ

ଗଢ଼ିବା ପାଇଁ କି ଦେଶେ,

କେତେ ସଭା ଆଉ ସମିତି ଗଢ଼ନ୍ତି,

ବଡ଼ଲୋକେ ନେତା ବେଶେ ।୪ ।

ହାତେ ଝାଡ଼ୁ ଧରି ସଡ଼କ ସଫାରେ,

ମନ କରି ନିୟୋଜିତ,

ଫୋଟୋ ଉଠା ପର୍ବ ସରିଗଲା ପରେ

ଝାଡ଼ି ପକାନ୍ତି ସେ ହାତ।୫।

' ପଲିଥିନ ହଟାଓ ' ସ୍ଲୋଗାନ ଦେଇ

କେତେ ନୀତି କଲେ ଜାରି,

ସବୁ ନୀତି ହେଲା ପାଣି ର ଗାର ଯେ

 ଗଲେ ଆଖି ଠାର ମାରି।୬।

ପଲିଥିନ ଫିଙ୍ଗି ଦୂଷିତ କରୁଛୁ

ଆମେ ପରିବେଶ ଆମ,

ପରିଷ୍କାର କରେ ଜରି ଗୋଟାଳି ଟି

ଭାବି ତାକୁ ନିଜ କାମ।୭।

କେହି ଛୋଟ ନୁହେଁ ଏଇ ଦୁନିଆରେ

ଛୋଟ ନୁହେଁ କେଉଁ କାମ,

ବଡ଼ବଡିଆ ବି କରି ପାରନ୍ତିନି

ଛୋଟ କରେ ଯେଉଁ କାମ।୮।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy