ଜୋଛନା ଟିକକ ପାଇଁ
ଜୋଛନା ଟିକକ ପାଇଁ


ଆଶା ଆକାଂକ୍ଷାର ଜୁଆର ଜୀବନେ
ଆସୁଛି ଯାଉଛି କେତେ
ଖୁୁୁସିିିିର ଉତ୍ତାଳ ସ୍ରୋତରେ ସପନ
ଅସ୍ଥିର ମନର ସାଥେ ।।
ମଣିଷ ବୋଲି ତ ଜନମ ମୋହର
ଯାତନା ଲୁହରେ ଭିିିଜି
ଏହି ବର୍ଷା ରାଣୀ ଅଞ୍ଚଳେ ଛପି କି
ମନ ମରେ ନିିତି ଆଜି ।।
ଜୀବନ ବସନ୍ତ ପାହାଚ ପାହାଚ
ତାଡିି ଦିିିଏ ଏଠି ମନ
ଭସ୍ମ ପାଲଟିଛି ହୃଦୟ ଗୋଟାକ
ଜଳୁ ଅଛି ବୋଲି ପ୍ରାଣ ।।
ଆଖି ପତା ମୋର ମଉଳି ଗଲାଣି
ଜହ୍ନ ର ଠିକଣା ଖୋଜି
ଅମାବାସ୍ୟା ରାତି ହୋଇ ମୁଁ ବିିବ୍ରତ
ଲୋଡେ ପୂୂର୍ଣ୍ଣିମାର ରାତି ।।
ପଡୁଛି ଉଠୁଛି ଶତ ଭରଷାରେ
ଜୋଛନା ଟିକକ ପାଇଁ
ଧଣ୍ଡାଲି ହେଉଛି ସତତ ପ୍ରୟାସେ
ସେ ଜହ୍ନର ଠିକଣା ଗୋଟି ।।