Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Nayak

Abstract Tragedy Others

4  

Santosh Kumar Nayak

Abstract Tragedy Others

ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର

ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର

1 min
211



ଏ କରୋନା କଣ

ଆମେ ବିଶେଷ କିଛି ଜାଣି ନାହୁଁ,

ଆମର ତ ଟିଭି ନାହିଁ,

ଆମେ ଖବରକାଗଜ ବି ପଢୁନାହୁଁ,

ତେଣୁ ଏ କରୋନା କ'ଣ

ଆମେ ବିଶେଷ କିଛି ଜାଣି ନାହୁଁ ।

ହଁ, ଗତ ବର୍ଷ ଶୁଣି ଥିଲୁ !

ନେତା ମନ୍ତ୍ରୀ ବି ଆସିଥିଲେ,

ନାକପାଟିଭିଡା କନା

ଆଉ ହାତଧୂଆ ପାଣି ବାଣ୍ଟିଥିଲେ;

ଦୂରେଇ ଦୂରେଇ ରହିଥିଲେ

କିଲେ ଆଳୁ ଆଉ ଦି କିଲୋ ଚାଉଳ ଦେଇ

ତିନୋଟି ଫଟୋ ବି ନେଇଥିଲେ !

ହେଲେ ଏ ବର୍ଷ ତ 

କରୋନା ଫରନା କିଛି ନାହିଁ ।

ଗତ ବର୍ଷ ଗୋବିନ୍ଦା ଭାଇ

ଗାଆଁକୁ ଫେରିଥିଲା,

ସର ମାଉସୀ ଘର ଘର ବୁଲି

ମିଠା ବାଣ୍ଟିଥିଲା,

ହେଲେ ଏ ବର୍ଷ ତ ସେମିତି କିଛି ଘଟୁନାହିଁ,

ବୋଧେ କରୋନା ଆଉ ଆସୁନାହିଁ ।

କିନ୍ତୁ ସହରକୁ ଗଲେ

ଆମେ ନାକ ପାଟି ଢାଙ୍କି ଦେଉ,

ପୋଲିସର ନାଲି ଆଖି ଆଉ

ବେଏଁ ଲମ୍ବର ବାଡିକୁ

ଆମର ଭାରି ଭୟ,

ଆମକୁ ସମସ୍ତେ ଦୂର୍ ଦୂର୍ ମାର୍ ମାର୍ କରନ୍ତି ,

ହେଲେ ଏ ସବୁ କୋଉ ନୂଆ କଥା ଯେ !

ସତରେ ବାବୁ !

ଏ କରୋନା କ'ଣ 

ଆମେ ବିଶେଷ କିଛି ଜାଣି ନାହୁଁ 

ଆମର ତ ଧନ ନାହିଁ

ଆମେ ପାଣି ଆଉ ପବନ

କେମିତି କିଣିବୁ,

ବେଶି ଆଉ ପଚାରନି ବାବୁ ।

ଏ କରୋନା‌ କଣ

ଆମେ ବିଶେଷ କିଛି ଜାଣି ନାହୁଁ ।




Rate this content
Log in

Similar oriya poem from Abstract