STORYMIRROR

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ଜଣାଣ

ଜଣାଣ

1 min
239



କିଛି ମାଗୁ ନାହିଁ ତୋତେରେ କାଳିଆ

ଶରଣାଗତକୁ ରଖ

କଳା ଶ୍ରୀମୁଖକୁ ଚାହିଁ ଦେଲେ ସବୁ

ହରିଯାଉ ମନୁ ଦୁଃଖ ,

ଜୟ ଜଗନ୍ନାଥ,ଜୟ ଜଗନ୍ନାଥ,ଜୟ ଜଗନ୍ନାଥ ।


ବଡ଼ଦାଣ୍ଡ ଧୂଳି ମୁଣ୍ଡେ ବୋଳି ହେଲେ

ଛାଡ଼ି ଯାଉ ପାପ ତାପ

ଦରଶନ ଦିଅ ରଥରେ ବାମନ

ଚଳୁ ଜାତି ନନ୍ଦିଘୋଷ ,

ଜୟ ଜଗନ୍ନାଥ,ଜୟ ଜଗନ୍ନାଥ,ଜୟ ଜଗନ୍ନାଥ ।


ଚକାନୟନ ମୋ କାଳିଆ ସାଆନ୍ତ

ବର୍ତ୍ତମାନ ଭବିଷ୍ୟତ

ଜଗତର ନାଥ ଅନାଦି ଅନନ୍ତ

ଶରଣ ମାଗେ ଭରତ ,

ଜୟ ଜଗନ୍ନାଥ,ଜୟ ଜଗନ୍ନାଥ,ଜୟ ଜଗନ୍ନାଥ ।


  ------------



Rate this content
Log in

Similar oriya poem from Inspirational