STORYMIRROR

Ajit Kumar Raut

Abstract Children

4  

Ajit Kumar Raut

Abstract Children

ଜନ୍ମଦିନର ଶୁଭକାମନା

ଜନ୍ମଦିନର ଶୁଭକାମନା

1 min
437


ଆଖିର ଯନ୍ତ୍ରଣା କଷ୍ଟ ଦେଉଅଛି

ଭୁଲି ଗଲି ଜନ୍ମଦିନ,

ଦୁଃଖିତ ନ ହେବୁ ତିଳେ ମାତ୍ର ତୁହି

ଶୁଭ ହେଊ ଜନ୍ମଦିନ।୧।


ସବୁହିଁ ବୈଭବ ମିଳୁ ଥାଉ ତତେ

ଲକ୍ଷ୍ମୀ ପୂର୍ଣ୍ଣ ହେଉ ଘର,

ଦାମ୍ପତ୍ୟ ଜୀବନ ସୁଖମୟ ହେଉ

ଭକ୍ତି ପୂର୍ଣ୍ଣ ହେଉ ଘର।୨।


ହାର୍ଦ୍ଦିକ ଶୁଭେଛା ଅଭିନନ୍ଦନ ମୋ

ଏହି ଜନ୍ମଦିନେ ତୋର,

ପ୍ରଭୁ ପଦେ ମୁହିଁ ଭକ୍ତି କରୁ ଅଛି

ମନ ଇଚ୍ଛା ପୁରୁ ତୋର।୩।


ଭକ୍ତି ମନେ ତୁହି ଶାଶୁଶଶୁରଙ୍କୁ

ଆଦର କରିବୁ ନିତ୍ୟେ,

ସ୍ବାମୀଙ୍କ ମନରେ କଷ୍ଟହିଁ ନ ଦେବୁ

ସେବା କରୁ ଥିବୁ ନିତ୍ୟେ।୪।


ପ୍ରଭୁଙ୍କ ଚରଣେ ଭକ୍ତି ରଖି ଥିବୁ

ଆଦର କରିବୁ ସର୍ବେ,

ଗୁରୁଜନ ପ୍ରତି ଆଦର ରଖିବୁ

ସମଭାବ ହେଉ ସର୍ବେ।୫।


ଆଖିର ଯନ୍ତ୍ରଣା କଷ୍ଟ ଦେଉ ଅଛି

ଭୁଲି ଗଲି ଜନ୍ମଦିନ,

ଦୁଃଖିତ ନହେବୁ ତିଳେ ମାତ୍ର ତୁହି

ଶୁଭ ହେଉ ଜନ୍ମଦିନ।୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract