Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Inspirational

3  

Satyanarayan Sahoo

Inspirational

ଜନ୍ମଦିନ

ଜନ୍ମଦିନ

1 min
149



ଜନମ ଦିନରେ ଶୁଭ ଚିନ୍ତନରେ

ଲଗାନ୍ତି ମନ

ପ୍ରତି ବର୍ଷ ସିନା ଥରେ ଆସି ଥାଏ

ଜନମ ଦିନ ।


ପାଳନ କରନ୍ତି ଆନନ୍ଦେ ଉଚ୍ଛୁଳି

ଏହି ଉତ୍ସବ

ମନେ ଦିବ୍ୟ ଭାବେ ଚେତନା

ଏ ଅଭିନବ ।


ଉଦ୍ଦୀପନା ପୂର୍ଣ୍ଣ ସ୍ପନ୍ଦନ ଆହ୍ୱାନ

ଭରି ଦିଅଇ

ଅନୁଭବ ଅନୁଭୂତି ଗଠନରେ 

ସହାୟ ହୋଇ ।


ସମାଜ ସୁହିତ ସହିତ ଜଡିତ

ବହୁତ କାମ

କରି ଯିବା ପାଇଁ ସୁଯୋଗ ଦିଅଇ

ଜନମ ଦିନ ।


ବୃକ୍ଷ ରୋପଣ ଓ ଦୁଖୀ ରଙ୍କି ସେବା

ସହିତ କେତେ

ଅସହାୟେ ଅନ୍ନ ବସ୍ତ୍ର ଅରପଣ

ଯେ ନାନା ମତେ ।


ଦିବ୍ୟ ପୁଲକରେ ଆଲୋକ ଆହ୍ୱାନ

 ଦିବ୍ୟ ପ୍ରଶାନ୍ତି

ତର୍ଲ୍ଲିନ କରାଇ ପବିତ୍ର ଉତ୍ସାହ 

ସାହସ ଶକ୍ତି ।


ଭରି ଦେଇ ଥାଏ ମାନବ ହୃଦୟେ

ଜନମ ଦିନ 

ହର୍ଷ ଉଦ୍ଦୀପନା ପୂର୍ଣ୍ଣ ସ୍ପନ୍ଦନରେ

ପାଳନ୍ତି ଜନ ।


ଜୀବନ ଯାତ୍ରାରେ ଅଭିନୟ ଚଳେ

ନୂଆ ଆଶାର

ନବୀନ ଆହ୍ଵାନ ଆଶ୍ୱାସନା ଦାନ

କରେ ଅପାର


ପୂଣ୍ୟ ଅର୍ଜ୍ଜନରେ ଉତ୍ପ୍ରେରିତ କରେ

ଦିଏ ସାହସ

ଆନନ୍ଦ ଉଲ୍ଲାସ ପ୍ଲାବନ ଖେଳାଇ

ମୁଖେ ସୁହସ ।


ଉକୁଟାଏ  ଏହି ଶୁଭେଛା ବାର୍ତ୍ତାର

ସୁଅ ଛୁଟଇ 

ଜୀବନ ଯାତ୍ରା କୁ ଅଗ୍ରଗତି ପାଇଁ

ପ୍ରେରଣା ଦେଇ ।


କେତେ ଯେ ଅଶେଷ ବିଭୂତି ମଣ୍ଡିତ

କରେ ଏ ଦିନ

ବରଷକୁ ସିନା ଥରେ ଆସିଥାଏ

ଜନମ ଦିନ ।



Rate this content
Log in

Similar oriya poem from Inspirational