ଜନ୍ମଦାତ୍ରୀ ମାଅା
ଜନ୍ମଦାତ୍ରୀ ମାଅା
ମାଅା ଠାରୁ ବଳି ଆଉ କେହି ନାହିଁ
ଉଦାର ହୃଦୟା ସାଥୀ ,
କେତେଯେ କଷଣ ମାଅା କରେ ଭୋଗ
ଅକ୍ଷୁର୍ଣ୍ଣ ତା' ଭାବମୂର୍ତ୍ତି ॥
ଦଶ ମାସ କାଳ ଗର୍ଭେ କରି ଭାର
କଷଣ କରଇ ଭୋଗ ,
ଜନ୍ମ ଦେଲା ବେଳେ ମୃତ୍ଯୁ ସଙ୍ଗେ ଲଢ଼େ
ଆହାକି ବଳିଷ୍ଠ ତ୍ୟାଗ ॥
ପାଦପଦ୍ମେ ଜନ୍ମେ ପୁତ୍ରକନ୍ୟା ଯେବେ
ମାଅା ହୁଏ କଲବଲ ,
ସେ ଦୃଶ୍ୟ ଅସହ୍ୟ ଝରିଯାଏ ଲୁହ
ସୁଝି ହବନି ଏ'ମୂଲ ॥
ପ୍ରସବ ବେଦନା ମାଅାକୁ ହିଁ ଜଣା
କିଏବା ପାରିବ ବୁଝି ,
ମାଅା ଏକା ଜାଣେ ମାଅା ଏକା ଯୁଝେ
ମୃତ୍ଯୁ ପାଶେ ଆଖି ବୁଜି ॥
ମାଆ ଜନ୍ମଦାତ୍ରୀ ହୃଦୟା ଦରଦୀ
ସର୍ବସଂହା ମାତୃଦେବୀ ,
ସମ୍ପଦା ବିଭବା ଚିରବନ୍ଦନୀୟା
ଦୁଃଖସୁଖ ଅନୁଭବୀ !!
ମାଆ ସ୍ଵୟଂପୂର୍ଣ୍ଣା ମାଆ ଅନ୍ନପୂର୍ଣ୍ଣା
ସୃଷ୍ଟିରେ ବୈଚିତ୍ର୍ୟମୟୀ ,
ସୁଲଭ ସୌଲଭା ପ୍ରୀତିର ପ୍ରତିମା
ସର୍ବଯୁଗେ କାଳଜୟୀ !!
କରୁଣା କଲ୍ୟାଣ ମାଆ ' ଆଭୁଷଣ
ମଙ୍ଗଳ ବିଧାନ ମୈତ୍ରୀ ,
ଆଶିର୍ବାଦେ ମାତ ସର୍ଵଦା ବଦିତ
ମହା ଅନୁଭବି ପୁତ୍ରୀ !!
ସନ୍ତାନ ସନ୍ତତି ମାଆର ସମ୍ପତ୍ତି
ଆଖିର ରତନ ଜ୍ୟୋତି ,
ମାଆ ଜାଣିପାରେ କେ'ଅଛି ସଂକଟେ
ଆହାକି ତା' ଭାଵ ପ୍ରୀତି !!
ମାତା ଗର୍ଭଧାରୀ ନିରଳସ ନାରୀ
ଦୁଃଖସୁଖ କୁହୁକିନୀ ,
ଦୁଃଖେ ହଉ ସୁଖେ ନୀଡକୁସଜାଡ଼େ
ସ୍ନେହଁମୟୀ ସରାଗିନି !!
ବାରମାସେ ପାଳେ ତେରବ୍ରତ ସେ'ଯେ
ମଙ୍ଗଳ ବିଧାନ ପାଇଁ ,
ଉପବାସେ ରହେ ସର୍ବ ଅଜାଣତେ
ହସିଦିଏ କଥାକହି !!
ଧରିତ୍ରୀର ମୈତ୍ରୀ ମାଆ ସୁନେତ୍ରୀ
ସହ୍ୟକରେ କଷ୍ଟ କ୍ଳିଷ୍ଟ ,
ଶାବକ ଅର୍ଦଳି ସହେ ମାଆ ବିଚାରି
ଦୁଃଖେ ହୋଇ ଉପବିଷ୍ଟ !!
ମାଆପରି କେହି ନାହିଁ ଏ' ସୃଷ୍ଟିରେ
ଭାବନାର ଅନ୍ତଃରାଳେ ,
ମାଆ ଏକା କାନ୍ଦେ ବେଦନା ଉଚ୍ଛ୍ଵାସେ
ଆପଦ ବିପଦ ବେଳେ !!
ଶୁଭ ଅବକାଶେ ଏ' ମାତୃ ଦିବସେ
କରହେ' ଶପଥ ସର୍ବେ ,
ମାଆହାତ କେବେ ଛାଡିବାନି ଆମେ
ବଞ୍ଚି ଥିବାଯାଏ ଭବେ !!
ଏ'ରମ୍ୟ ସୃ୍ଷ୍ଟିକୁ ଆଣିଛି ଆମକୁ
କେତେବଡ ତା'ର ତ୍ୟାଗ ,
ଦଶମାସ କାଳ ଗର୍ଭେ କରି ଭାର
କଷଣ କରିଛି ଭୋଗ !!
ହେ'ମାଆ ସମ୍ପଦା ସୁକଲ୍ୟାଣୀ ମାତା
ଶତଶତ ପ୍ରଣିପାତ ,
ତୋର ସନମାନ ନ'ହେଉ ମା' କ୍ଷୁର୍ଣ୍ଣ
ତୁ'ଏ'ସୃ୍ଷ୍ଟିର ମିତ !!
