ଜନ୍ମଭୂମି
ଜନ୍ମଭୂମି
ଜନମିଛି ମୁହିଁ ଉତ୍କଳ ଧାମରେ
ଶାହା ମୋତେ ପ୍ରଭୁ ଜଗନ୍ନାଥ
ବିପଦ ଆପଦେ ଆହା କରୁଥାଅ
ରଖିଥାଓ ତୁମ ମହାବାହୁ ତଳେ
ଆହେ ପ୍ରଭୁ ଜଗତର ନାଥ ଜଗନ୍ନାଥ
ତୁମରି ଇଶାରାରେ ଚାଲେ
ଏ ସାରା ସଂସାର
ତୁମେ ତ ଜଗତ କର୍ତ୍ତା
ତୁମ ଶୁଭଦୃଷ୍ଟି ବଳେ
ଆଲୋକିତ ହୁଏ
ଦୈନ ଦିନ ଏ ଧରା
ସକାଳ ପାହିଲେ ପୂରୁବ'ଦିଗୁ
ହସି ହସି ଆସେ ରବି
ତା ସୁନେଲି ସ୍ପର୍ଶ ପାଇଲେ
ତିଆରି ହୁଏ
ନାନା ରଙ୍ଗ ବେରଙ୍ଗର ଛବି
ସଞ୍ଜ ସକାଳେ ସବୁରି ବେଳରେ
ଏଠି ଶୁଭେ ଘଣ୍ଟ ଘଣ୍ଟା ଶଙ୍ଖ ହୁଳହୁଳି
ନିତ୍ୟ ପୂଜା ପାଆନ୍ତି
ଅନେକ ଦେବ ଦେବତା
କଳୁଷିତ ମଣିଷ
ପାପ ଭାରୁ ହୁଅଇ କିଞ୍ଚିତ ମୁକ୍ତି
ଧନ୍ୟ ଅଟେ ଈଶ୍ୱରଙ୍କ ସୃଷ୍ଟି
ଧନ୍ୟ ତାଙ୍କରି ଲୀଳା ଖେଳା
ଜନ୍ମଭୂମି ମୋହର ଅଟେ ମନହରୋ
ଭରି ରହିଅଛି ଏଠି
ସୁସୋଭିତ ଶସ୍ୟ ଶ୍ୟାମଳା ଚାରୁଲତା ମାଳା
ସୌନ୍ଦର୍ଯ୍ୟରେ ମଗ୍ନ
ମୋ ଜନ୍ମଭୂମି ଚାରୁଚିତ୍ର ପଟ୍ଟ
ଇତିହାସ କହେ ନାନା ଗୌରବ ଗାଥା
ଲୋକକଳା ପରମ୍ପରା ନୃତ୍ୟ ସଙ୍ଗୀତ
ସତେଅବା ଭାରୀ ମହନିୟତା ପରା
ହଁ ସତେଅବା ଭାରୀ ମହନିୟତା ପରା .....!!
