STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଜନହିତେ କାର୍ଯ୍ୟ ଅପାର

ଜନହିତେ କାର୍ଯ୍ୟ ଅପାର

1 min
174


ରାଷ୍ଟ୍ର ହିତେ କାର୍ଯ୍ୟ ହିଁ ଅପାର, ଗାଆଁର ସମୃଦ୍ଧି ପାଇଁ

    ମାଗଣାରେ ସବୁହିଁ ମିଳୁଛି ଜନଙ୍କ କଲ୍ୟାଣ ପାଇଁ।

ଚାଉଳ ମିଳୁଛି ମାଗଣରେ, ନାହିଁ ଭୋକ ପେଟ କାର

    ମିଳୁଛି ଗହମ ସଙ୍ଗକୁ, ଗୁଞ୍ଜୁଅଛି ଖୁସି ସଂସାର।


ଗାଆଁ ଜନତା ଖୁସିରେ ଅଛନ୍ତି ପକ୍କାର ଘର ମିଳୁଛି ତହିଁ

  ବ୍ୟବସ୍ଥା ହୁଏଟି ଶୌଚାଳୟର ,ସ୍ବସ୍ଥ ଜନତା ଯହିଁ

ପାଞ୍ଚ ଲକ୍ଷ୍ୟର ଆୟୁଷ୍ମାନର ଗରିବ ସ୍ୱାସ୍ଥ୍ୟର ପାଇଁ

  ହୁଏ ରାମରାଜ୍ୟପରି ବ୍ୟବସ୍ଥା ଜନକଲ୍ୟାଣ ପାଇଁ।


ବୃଦ୍ଧାବସ୍ଥା ପେନ୍ସନ୍ ମିଳେ ପେନ୍ସନ୍ ବିଧବାଟି ଯହିଁ

  ବିତୁଛି କଷ୍ଟ ଆସିଲା ସୌଭାଗ୍ୟ ଖୁସି ମିଳୁଛି ତହିଁ

ପକ୍କାରାସ୍ତା ଘାଟ ହୋଇଛିରେ, ବିଜୁଳି ପ୍ରକାଶ ଘରେ

 ଗାଆଁରେ ମିଳେରେ ଆଧୁନିକ ଶିକ୍ଷା ନାହିଁ ଅଭାବ କାରେ।


ନାହିଁରେ ଅଶିକ୍ଷିତ ଗାଆଁରେ ଶିକ୍ଷିତ ହେଲେରେ ସର୍ବେ

  ନୂଆ ଉମଙ୍ଗଟି ନୂଆ ଭାରତେ ଗୁଞ୍ଜେ ରାଷ୍ଟ୍ରରେ ଏବେ

ଜଳ ବ୍ୟବସ୍ଥା କଳ ବ୍ୟବସ୍ଥା ନାହିଁରେ ଜନତା କଷ୍ଟ

  ଗ୍ୟାସ୍ ଚୁଲିରେ ଖାଇବା ହେଉଛି ନାହିଁ ମହିଳା କଷ୍ଟ 


ଝିଅର ଜନ୍ମରେ ଉତ୍ସବ ପୁତ୍ର ଜନ୍ମ ପରିହିଁ ହୁଏ

  ନାହିଁ ଭେଦଭାବ ଜନମରେ ଗୌରବ ସନ୍ଦେଶ ଦିଏ

ଚାଲେ ଉନ୍ନତି ପଥରେ ଗାଆଁ ନୂତନ ଏହୁ ଭାରତ

  ସ୍ବାଧୀନ ମିଳିଛି ଦୀର୍ଘ ବର୍ଷରେ ହୁଏ ଗାଆଁ ଉନ୍ନତ।


ବ୍ୟବସ୍ଥା ନାହିଁ ସିଞ୍ଚାଇ ,ଝାଡ଼ଖଣ୍ଡ ରାଜ୍ୟ ଗାଆଁରେ

  କରିବେ ବ୍ୟବସ୍ଥା ସରକାରେ ଉନ୍ନତି ହେବ ଗାଆଁରେ

ସବୁ କ୍ଷେତ୍ରେ ହେଉରେ ସୁବିଧା ଗାଆଁର ଉନ୍ନତି ପାଇଁ

  ହେବ ବିଶ୍ବଗୁରୁ ତେବେହିଁରେ, ରାଷ୍ଟ୍ରର ସମ୍ମାନ ପାଇଁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract