ଜମାନା
ଜମାନା
ଭୟ ଏଠି ଡରାଉଛି
ଚିନ୍ତାରେ ବିବଶ
ଧୂଆଁ ଧୂଆଁ ଦିଶେ ରାସ୍ତା
ମୁହଁରୁ ଲିଭିଛି ହସ।
ଅଦେଖା ଅଜଣା ସବୁ
ସ୍ବପ୍ନ ସମ୍ଭାବନା
ଜୀବନ ଟା ଏଠି ଖାଲି
ଜତୁ ଗୃହ ଯନ୍ତ୍ରଣା।
ହସ ଏଠି ମହରଗ
କାନ୍ଦ ଭାରି ଶସ୍ତା
ଲୋପ ହୋଇ ଆସୁଛି
ଖୁସିର ଚଲା ରାସ୍ତା।।
ଜଳନ୍ତି ବେବିନା,ଇତିଶ୍ରୀ
ନିର୍ଭୟା,ପ୍ରିୟଙ୍କା
ତାତି ଡ଼ହ ଡହ ଅସହ୍ୟ
ପୋଡିଯାଏ ମଣିଷ ପଣିଆଁ ଲଙ୍କା।
କେମିତି ବଂଚିହେବ କହ
ପ୍ରେମ ଖାଲି ପ୍ରତାରଣା
ଅଣ ନିଃଶ୍ଵାସୀ ଲାଗେ ପ୍ରଭୁ
ଦେଖି ଆଜିର ଜମାନା।
