STORYMIRROR

Satyabati Swain

Thriller

2  

Satyabati Swain

Thriller

ଜମାନା

ଜମାନା

1 min
111


ଭୟ ଏଠି ଡରାଉଛି

ଚିନ୍ତାରେ ବିବଶ

ଧୂଆଁ ଧୂଆଁ ଦିଶେ ରାସ୍ତା

 ମୁହଁରୁ ଲିଭିଛି ହସ।


ଅଦେଖା ଅଜଣା ସବୁ

ସ୍ବପ୍ନ ସମ୍ଭାବନା

ଜୀବନ ଟା ଏଠି ଖାଲି

ଜତୁ ଗୃହ ଯନ୍ତ୍ରଣା।


ହସ ଏଠି ମହରଗ

କାନ୍ଦ ଭାରି ଶସ୍ତା

ଲୋପ ହୋଇ ଆସୁଛି

ଖୁସିର ଚଲା ରାସ୍ତା।।


ଜଳନ୍ତି ବେବିନା,ଇତିଶ୍ରୀ

 ନିର୍ଭୟା,ପ୍ରିୟଙ୍କା 

 ତାତି ଡ଼ହ ଡହ ଅସହ୍ୟ

 ପୋଡିଯାଏ ମଣିଷ ପଣିଆଁ ଲଙ୍କା।


କେମିତି ବଂଚିହେବ କହ

ପ୍ରେମ ଖାଲି ପ୍ରତାରଣା

ଅଣ ନିଃଶ୍ଵାସୀ ଲାଗେ ପ୍ରଭୁ

ଦେଖି ଆଜିର ଜମାନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller