STORYMIRROR

Prafulla Chandra Mishra

Thriller

4  

Prafulla Chandra Mishra

Thriller

ଚିଲିକା ରାଣୀ

ଚିଲିକା ରାଣୀ

1 min
225


ଅପରୂପ ମୟୀ ଅନୁପମ ଚିତ୍ର ବିଚିତ୍ର ଚିଲିକା ରାଣୀ

ନୀଳଜଳ ଘେରା ଶଇଳ ଶିଖରେ କାଳୀଜାଈ ଠାକୁରାଣୀ ।।


ନିକୁଞ୍ଜ କାନନ ବିଳସେ ମଦନ ଅଳକା ପୁରୀ କୁ ଜିଣି

ରତ୍ନ ସିଂହାସନେ ବିଜୟ କରିଛି ଦେବୀ ଜଗତ ଜନନୀ

ତାନାମକୁ ଜପି ନାଉରୀ ବାପୁଡ଼ା ନାବମେଲେ ପାଲ ଟାଣି

ଆକାଶର ସୂର୍ଯ୍ୟ ଚନ୍ଦ୍ର ଦେବତାଙ୍କ ମୁକୁର ଚିଲିକା ରାଣୀ ।। 


ନଳବଣ ପକ୍ଷୀ ଅଭୟାରଣ୍ୟ ୟେ ଗଢିଛି ବିଶ୍ଵ ବିନ୍ଧାଣି

ଜଳଚର ଜୀବ ଅନେକ ପ୍ରଜାତି ଜନ୍ମାଏ ୟା ଲୁଣାପାଣି ।। 


ଘଣ୍ଟଶିଳା ପରବତ କନ୍ଦରରେ ବିଜେ ମାଆ ନାରାୟଣୀ 

ମାମୁଁ ଭଣଜାର ଶଇଳ ଶୋଭନ ମନକୁ ନିଅଇ ଟାଣି

ମଙ୍ଗଳାଯୋଡ଼ି ରେ ନଉକା ବିହାର ବିହଙ୍ଗ କୂଜନ ଧ୍ଵନି

ମୁଖରିତେ ପରିବ୍ରାଜକ ର ମନ ଭୁଲାଏ ଚିଲିକା ରାଣୀ ।।


ଉତ୍କଳ ର ଲକ୍ଷ୍ମୀ ବିଳାସ ଦୀର୍ଘିକା ରୂପ ସୌନ୍ଦର୍ଯ୍ୟ ର ଖଣି

ଭୂଲୋକ ଭୂଷିତା ନୀଳାମ୍ବୁ ଚିଲିକା ରାଣୀ ମରାଳ ମାଳିନୀ ।।



Rate this content
Log in

Similar oriya poem from Thriller