ଅନ୍ତରୀକ୍ଷଯାତ୍ରା
ଅନ୍ତରୀକ୍ଷଯାତ୍ରା
ବିଜ୍ଞାନ ଯୁଗରେ ଆଜିର ମାନବ
ଚଢି ମହାକାଶଯାନ
ଯାଏ ଗ୍ରହାନ୍ତର ଦୂର ଅନ୍ତରୀକ୍ଷ
ଚଳାଏ ଅନୁସନ୍ଧାନ ।
ସୈ।ର ମଣ୍ଡଳର ଗ୍ରହ ଉପଗ୍ରହ
ନକ୍ଷତ୍ର ମଣ୍ଡଳ ଭିନ୍ନେ
ଖୋଜେ ଜୀବନର ସମ୍ଭାବନା ସତ୍ତା
ସୃଜନ ମୂଳ କାରଣେ ।
ସନ୍ଧାନ କରଇ ଗ୍ରହ ଚର୍ତୁପାର୍ଶ୍ୱ
ବାୟୁକଣ ଉପାଦାନ
ରହିଛି କି କାହିଁ ଗ୍ରହ ପୃଷ୍ଠପରେ
ବରଫ ବା ଜଳକଣ ।
ପୃଥିବୀ ବାହାରେ ବାସ ଉପଯୋଗୀ
କେଉଁଠି ରହିଛି ସ୍ଥାନ
ବୈଜ୍ଞାନିକ ମାନେ ଚଳାଇ ଅଛନ୍ତି
ପରୀକ୍ଷଣ ନିରୀକ୍ଷଣ ।
ଚନ୍ଦ୍ରର ପୃଷ୍ଠରେ ଥାପିଲେଣି ପାଦ
ଆମ ଅନ୍ତରୀକ୍ଷ ଯାତ୍ରୀ
ମଙ୍ଗଳ ଗ୍ରହରୁ ଆହରିତ ତଥ୍ୟ
ଆଶାର ଉଦ୍ରେକକାରୀ ।
ନୁହେଁ ବେଶି ଡେରି ଆଗାମୀ ସମୟେ
କାଟିବାକୁ ଅବସର
ପୃଥିବୀର ଲୋକେ ପରିଭ୍ରମଣରେ
ଯିବେ ଚନ୍ଦ୍ର ଗ୍ରହାନ୍ତର ।
ଜହ୍ନ ରାଇଜରେ ମଙ୍ଗଳ ଗ୍ରହରେ
ସାଙ୍ଗ ସାଥି ସହ ମିଶି
ବଣଭୋଜି ମଜା ଲାଗିବ ନିଆରା
ମନ ହୋଇଯିବ ଖୁସି ।
