Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ଅଗ୍ନିପଥ

ଅଗ୍ନିପଥ

1 min
178


ଅଗ୍ନିପଥ ଆଜି ଦୁନିଆଁ

ବଞ୍ଚିବାଟା ବଡ କଷ୍ଟ

ଯୁବପିଢି ଆଜି ବିପଥଗାମୀ

ସମାଜ ହେଲାଣି ନଷ୍ଟ ।


ପାଶ୍ଚାତ୍ୟ ସଭ୍ୟତା ଆପଣେଇବାକୁ

ସମସ୍ତଙ୍କ ଦେଖି ଆଣ୍ଟ

କେତେକ ପୁରୁଖା ଘୁରାନ୍ତି ଚରଖା

ଭାଙ୍ଗିଯିବ ପରା ବେଣ୍ଟ ।


ଶ୍ରୀ ଅକ୍ଷର ବିବର୍ଜ୍ଜିତ ଭାବିଛି ନିଜକୁ

ଇଂରେଜ ଫେରନ୍ତା ଚାଟ

ଜନ୍ମହେଲା ପିଲା ନଶିଖି ଓଡ଼ିଆ

କହିଲେ ଲାଗୁଛି ଛାଟ ।


ଅଗ୍ନିପଥ ଅତିକ୍ରମେ ଦୁଃସାହସୀ

ସହନଶୀଳତା ତୁଷ୍ଟ

ଆଜି ଏ ଓଡିଆ ଭୁଲି ସଂସ୍କୃତି ପରମ୍ପରା

କରୁଛି ଯେଉଁ ନାଟ ।


ଦେହ ସହୁ ନାହିଁ ଆଣିବାକୁ ଫେରାଇ

ଅଗ୍ନିପଥ ଲାଗେ ବାଟ

ଅଗ୍ନିପଥଶ୍ରାନ୍ତ କରି ବୟସ୍କ ନାୟାନ୍ତ

ଦେଖି ଶୁଣି ଯିବେ ମଠ ।


ପାଶ୍ଚାତ୍ୟ ପଥକୁ ଆପଣେଇବାକୁ

ବନ୍ଧନର ନାହିଁ ଶିକୁଳି କବାଟ

ଅଗ୍ନିପଥ ଥିଲା ନାରୀର ସତୀତ୍ୱ ପୁରୁଷ

ମାରେ ଆଜି ବାହୁସ୍ପୋଟ ।


ନାରୀ ଆଚରଣ ଉଚ୍ଚାରଣ ଅକାରଣ

ଦେଖି ଲାଗେ କାବାକାଠ

ଅଗ୍ନିପଥ ଗଢି ସ୍ଵାଧୀନତା ବାଡ଼ି ଓ ଛଡି

ଦେଇଗଲେ ଯିଏ ପିନ୍ଧେଇ ଖାଲି ମୁକୁଟ ।


ଆଦର୍ଶ ନମାନି ତାଙ୍କ ହୃଦୟ ଚିରି

ଅଗ୍ନିପଥ ଆଜି ମୁକୁଳା ଗୁମୁଟ

ଜଗା ସବୁ ଜାଣି ଯଦି ଲଗାଉଛି ନାଟ

କିଏ ଆଉ ଜାଣିବ ଅଗ୍ନିପଥର କପଟ

ତଥାପି ଅନେକ ଆଜି ବି ଅଛନ୍ତି

ମହତ ପଣରେ ଚାଲନ୍ତି ଅଗ୍ନିପଥ ।


Rate this content
Log in