STORYMIRROR

Sunanda Mohanty

Romance Tragedy Thriller

3  

Sunanda Mohanty

Romance Tragedy Thriller

ସ୍ମୃତିର ଜହ୍ନ ତୁମେ

ସ୍ମୃତିର ଜହ୍ନ ତୁମେ

1 min
142

ଜହ୍ନ ତୁମେ ତୁମ ଚାନ୍ଦଉଦିଆ ମୁହଁ

ତୁମ ଦେହ ଚିହ୍ନ କାହା ପାଇଁ କୁହ

ତୁମ ନୀରବତା ଏତେ ଶିଥିଲତା

ମୋ ଆଖିରେ ଆଣେ ଲୁହ

ହୃଦୟରେ ଭରେ କୋହ

କହିବକି ତୁମେ ମୋର କଣ ହୁଅ

କେବେ ଦେଖେନାହିଁ ଆକାଶକୁ

କେବେ ଛୁଟିନାହିଁ ଜୋଛନାରେ ଭିଜିବାକୁ

ମୁଁ ଜାଣେ ତୁମେ ନୀଳ କଇଁର

ତୁମ କଥା କିଏ ଦେଲା ମତେ ଭାବିବାକୁ

ଲିଭିଯାଇଥିଲା ମୋ ଜୋଛନା

ନଥିଲା ବି କିଛି ଯାତନା

ମାଗିନାହିଁ ହାତେ ଖସିପଡ ଜହ୍ନ

ଛୁଇଁ ଦେବି ଭାବି ଥରେ ତୁମକୁ

କେମିତି କେଜାଣି କୋଉଠି କିପରି 

ମୁଁ ହେଇଗଲି ଚିହ୍ନ ରହିଗଲା ମନ

କହୁଛନ୍ତି ସବୁ ଜହ୍ନରେ କଳଙ୍କ

ତୁମେ ଜାଣ ଆଉ ମୁଁ ଜାଣେ କଳଙ୍କ ନୁହେଁ

ଅନୁରାଗ ଅବା ଆନ୍ତରିକତାର ଚିହ୍ନ ସିଏ

ଦେଖି ନୀଳକଇଁ ନୀଳ ବିଷ ପିଉଥାଏ

ତୁମେ କୁହ ଥରେ ତୁମରି ଭିତରେ 

ଚିହ୍ନ ଟିଏ ରହି କଲବଲ କିଆଁ କରୁଥାଏ।


Rate this content
Log in

Similar oriya poem from Romance