ସ୍ମୃତିର ଜହ୍ନ ତୁମେ
ସ୍ମୃତିର ଜହ୍ନ ତୁମେ
ଜହ୍ନ ତୁମେ ତୁମ ଚାନ୍ଦଉଦିଆ ମୁହଁ
ତୁମ ଦେହ ଚିହ୍ନ କାହା ପାଇଁ କୁହ
ତୁମ ନୀରବତା ଏତେ ଶିଥିଲତା
ମୋ ଆଖିରେ ଆଣେ ଲୁହ
ହୃଦୟରେ ଭରେ କୋହ
କହିବକି ତୁମେ ମୋର କଣ ହୁଅ
କେବେ ଦେଖେନାହିଁ ଆକାଶକୁ
କେବେ ଛୁଟିନାହିଁ ଜୋଛନାରେ ଭିଜିବାକୁ
ମୁଁ ଜାଣେ ତୁମେ ନୀଳ କଇଁର
ତୁମ କଥା କିଏ ଦେଲା ମତେ ଭାବିବାକୁ
ଲିଭିଯାଇଥିଲା ମୋ ଜୋଛନା
ନଥିଲା ବି କିଛି ଯାତନା
ମାଗିନାହିଁ ହାତେ ଖସିପଡ ଜହ୍ନ
ଛୁଇଁ ଦେବି ଭାବି ଥରେ ତୁମକୁ
କେମିତି କେଜାଣି କୋଉଠି କିପରି
ମୁଁ ହେଇଗଲି ଚିହ୍ନ ରହିଗଲା ମନ
କହୁଛନ୍ତି ସବୁ ଜହ୍ନରେ କଳଙ୍କ
ତୁମେ ଜାଣ ଆଉ ମୁଁ ଜାଣେ କଳଙ୍କ ନୁହେଁ
ଅନୁରାଗ ଅବା ଆନ୍ତରିକତାର ଚିହ୍ନ ସିଏ
ଦେଖି ନୀଳକଇଁ ନୀଳ ବିଷ ପିଉଥାଏ
ତୁମେ କୁହ ଥରେ ତୁମରି ଭିତରେ
ଚିହ୍ନ ଟିଏ ରହି କଲବଲ କିଆଁ କରୁଥାଏ।