Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Drama Thriller

3  

Sunanda Mohanty

Abstract Drama Thriller

ମୌସୁମୀ

ମୌସୁମୀ

1 min
216


ମୌସୁମୀର ପାଦ ଆଜି ଟଳମଳ

ଭଲଲାଗେ ଖେଳିବ ଲୁଚକାଳି ଖେଳ

ଝୁରୁଛି ବରଷା ଝୁରୁଛି ମେଘ ଦେଖି କୌଶଳ

ପଚାରୁନି ମୌସୁମୀ କାହିଁ କାର କୁଶଳ

ମୌସୁମୀ ଆସିବୁ ବୋଲି ହରିବୋଲ

ହୁଳହୁଳି କରତାଳି ଝାଞ୍ଜିଖୋଳ

ତୁ ସୁନା ରୂପା ନା ପିତ୍ତଳ

କାହିଁ ଆନମନା କରୁ ଗୋଳମାଳ

କୃଷକ ବସିଛି ସଜାଡ଼ି ଦଉଡ଼ି ଲଙ୍ଗଳ

ତୁ ଆସିଲେ ବରଷିବ ମେଘ ତତ୍କାଳ

ମୁନା ମୁନି ଡଙ୍ଗା କାଗଜ ଖୋଳ

ସଜାଡନ୍ତି ରଫଖାତା ଚିରି ଭାସାଇବେ

ଗରଜିଲେ ମେଘର କରାଳ

ମୌସୁମୀ ଦେଖାଏ ଛଟା କରି ଗୋଳମାଳ

ଧରଣୀରେ ସିଞ୍ଚିଦେ ଅମୃତର ବାରି ଜଳ

ମୌସୁମୀ ତୁ ଦେଖାନା ଆଉ ବାରମାସୀ

ଏଣ୍ଡୁଅର ଖୋଳ ଅବା ଶୁଖା ଶୁଖା ଚାଳ

ତୁପରା ଚିରସାଥି ମଣିଷର କାଳ କାଳ ।


Rate this content
Log in

Similar oriya poem from Abstract