STORYMIRROR

Sunanda Mohanty

Abstract Drama Thriller

3  

Sunanda Mohanty

Abstract Drama Thriller

ମୌସୁମୀ

ମୌସୁମୀ

1 min
224

ମୌସୁମୀର ପାଦ ଆଜି ଟଳମଳ

ଭଲଲାଗେ ଖେଳିବ ଲୁଚକାଳି ଖେଳ

ଝୁରୁଛି ବରଷା ଝୁରୁଛି ମେଘ ଦେଖି କୌଶଳ

ପଚାରୁନି ମୌସୁମୀ କାହିଁ କାର କୁଶଳ

ମୌସୁମୀ ଆସିବୁ ବୋଲି ହରିବୋଲ

ହୁଳହୁଳି କରତାଳି ଝାଞ୍ଜିଖୋଳ

ତୁ ସୁନା ରୂପା ନା ପିତ୍ତଳ

କାହିଁ ଆନମନା କରୁ ଗୋଳମାଳ

କୃଷକ ବସିଛି ସଜାଡ଼ି ଦଉଡ଼ି ଲଙ୍ଗଳ

ତୁ ଆସିଲେ ବରଷିବ ମେଘ ତତ୍କାଳ

ମୁନା ମୁନି ଡଙ୍ଗା କାଗଜ ଖୋଳ

ସଜାଡନ୍ତି ରଫଖାତା ଚିରି ଭାସାଇବେ

ଗରଜିଲେ ମେଘର କରାଳ

ମୌସୁମୀ ଦେଖାଏ ଛଟା କରି ଗୋଳମାଳ

ଧରଣୀରେ ସିଞ୍ଚିଦେ ଅମୃତର ବାରି ଜଳ

ମୌସୁମୀ ତୁ ଦେଖାନା ଆଉ ବାରମାସୀ

ଏଣ୍ଡୁଅର ଖୋଳ ଅବା ଶୁଖା ଶୁଖା ଚାଳ

ତୁପରା ଚିରସାଥି ମଣିଷର କାଳ କାଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract