ଅତୀତ ଏକ ଜୀବନ୍ତ କ୍ଷତ
ଅତୀତ ଏକ ଜୀବନ୍ତ କ୍ଷତ
ଅତୀତର ଦହନ ସତେ କ୍ଷତ ବିହନ
ଅଶ୍ରୁଶିକ୍ତ ପିଲାଦିନ ମାଆ ବାପା ବିହୀନ
ଯାର ଥିଲା ସାବତ ମାଆ କିମ୍ବା ବାପା
ହୃଦୟେ ତାର କେତେ ଝଡ କମ୍ପନ
ଯିଏ ଦେଖିଛି ଯୁଦ୍ଧ ଅବା ବିଭୀଷିକା
କାଳର କରାଳ ଅବା ସମୁଦ୍ରର ଗର୍ଜନ
ଜୀବନ୍ତ କ୍ଷତ ହୋଇ ରହିଥାଏ ଜୀବନ
ପୁଣି କେବେ ଯୌବନର ହତାଶା ଓ କମ୍ପନ
କ୍ଷଣିକ ଭୁଲ ପାଇଁ ସାରା ଜୀବନର ଦହନ
କୋଉ ଅବଳା ଏସିଡ ମାଡରେ
ମରଣରୁଗରୁ ଜୀବନ ହା ହୁତାଶନ
ଜୀବର ଅଙ୍କା ବଙ୍କା ରାସ୍ତାରେ ଚାଲୁ ଚାଲୁ
କେତେ କଣ୍ଟା ଝଣ୍ଟା କାଦୁଅ ଛିଟା ଦହନ
ଦଇବ ସାଜେ ନିଦାରୁଣ ଭାଗ୍ୟ ନାମେ କଥନ
ଆଜି ଯଦି ଅନ୍ତର୍ଯ୍ୟାମୀ ବୁଝିଛାନ୍ତି ଦୁଃଖ ଦହନ
ଭୁଲିକି ହୁଏ ଅତୀତର ଜୀବନ୍ତ ସେ ଶ୍ମଶାନ
ପିଲାଦିନ କଠୋର ଶାସନ ବା ବିଶୃଙ୍ଖଳିତ ଯୌବନ
ଭୁଲିବାକୁ ଚାହିଁଲେବି କଷଣ ବଡ ଦାରୁଣ
ସ୍ୱପ୍ନରେ ଆସେ ସତ ପ୍ରତିଶତ ଲାଗେ କମ୍ପନ
ଆଜକାଲି ଭଲ ଥାଇ ବିଭୁ ପଦେ ରଖେ ସ୍ମରଣ
ଅତୀତ ଯାଇଛି ହଜି କାହିଁ ଯିବି ଭିଜି ସେ ନିଦାରୁଣ
ଅସହ୍ୟ କ୍ଷତର କଷଣର ହେଉ ପ୍ରଭୁ ନିରାକରଣ।
