STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ଅତୀତ ଏକ ଜୀବନ୍ତ କ୍ଷତ

ଅତୀତ ଏକ ଜୀବନ୍ତ କ୍ଷତ

1 min
125

ଅତୀତର ଦହନ ସତେ କ୍ଷତ ବିହନ

ଅଶ୍ରୁଶିକ୍ତ ପିଲାଦିନ ମାଆ ବାପା ବିହୀନ

ଯାର ଥିଲା ସାବତ ମାଆ କିମ୍ବା ବାପା

ହୃଦୟେ ତାର କେତେ ଝଡ କମ୍ପନ

ଯିଏ ଦେଖିଛି ଯୁଦ୍ଧ ଅବା ବିଭୀଷିକା

କାଳର କରାଳ ଅବା ସମୁଦ୍ରର ଗର୍ଜନ

ଜୀବନ୍ତ କ୍ଷତ ହୋଇ ରହିଥାଏ ଜୀବନ

ପୁଣି କେବେ ଯୌବନର ହତାଶା ଓ କମ୍ପନ

କ୍ଷଣିକ ଭୁଲ ପାଇଁ ସାରା ଜୀବନର ଦହନ

କୋଉ ଅବଳା ଏସିଡ ମାଡରେ 

ମରଣରୁଗରୁ ଜୀବନ ହା ହୁତାଶନ

ଜୀବର ଅଙ୍କା ବଙ୍କା ରାସ୍ତାରେ ଚାଲୁ ଚାଲୁ

କେତେ କଣ୍ଟା ଝଣ୍ଟା କାଦୁଅ ଛିଟା ଦହନ

ଦଇବ ସାଜେ ନିଦାରୁଣ ଭାଗ୍ୟ ନାମେ କଥନ

ଆଜି ଯଦି ଅନ୍ତର୍ଯ୍ୟାମୀ ବୁଝିଛାନ୍ତି ଦୁଃଖ ଦହନ

ଭୁଲିକି ହୁଏ ଅତୀତର ଜୀବନ୍ତ ସେ ଶ୍ମଶାନ

ପିଲାଦିନ କଠୋର ଶାସନ ବା ବିଶୃଙ୍ଖଳିତ ଯୌବନ

ଭୁଲିବାକୁ ଚାହିଁଲେବି କଷଣ ବଡ ଦାରୁଣ

ସ୍ୱପ୍ନରେ ଆସେ ସତ ପ୍ରତିଶତ ଲାଗେ କମ୍ପନ

ଆଜକାଲି ଭଲ ଥାଇ ବିଭୁ ପଦେ ରଖେ ସ୍ମରଣ

ଅତୀତ ଯାଇଛି ହଜି କାହିଁ ଯିବି ଭିଜି ସେ ନିଦାରୁଣ 

ଅସହ୍ୟ କ୍ଷତର କଷଣର ହେଉ ପ୍ରଭୁ ନିରାକରଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract