STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ସ୍ମୃତି

ସ୍ମୃତି

1 min
219

ସ୍ମୃତି ରହେ ହୃଦୟେ ଜୀବନ୍ତ

ହୁଏନା କବେ ସମାପ୍ତ

ହୁଏତ ହୋଇପାରେ ସ୍ୱତନ୍ତ୍ର ଏକାନ୍ତ

ମାତ୍ର ହୁଏନା ଅସମାପ୍ତ

ସ୍ମୃତି ରେ ଭିଜି ହଜି ଖୋଜେ ଆଦି ଅନ୍ତ

ସ୍ମୃତି ଏକ ଗୋଲାପ ଥାଏ ଲାଲ ରକ୍ତ

ସ୍ମୃତି ଏକ ବଢନ୍ତା ନଈ ଦୁଇ କୂଳେ ଗାତ୍ର

ସ୍ମୃତି ଏକ ସାମୟିକ ସନ୍ଧି କେବେ ଉତପ୍ତ

କେବେ ମରୁଭୂମି ସ୍ମୃତି ବାଲିଚର ଅମୃତ

ସ୍ମୃତି ଶ୍ରଦ୍ଧା ଓ ବାଧା ଅନେକ ଅତୃପ୍ତ

ସ୍ମୃତି ସମୃଦ୍ଧି ସୌଧ ନୁହେଁ ବିପର୍ଯ୍ୟସ୍ତ

ସ୍ମୃତି ଜ୍ୱଳନ୍ତ ଆଗ୍ନେୟଶିଳା କଠିନ ବହୁତ

ସ୍ମୃତି ବିଦଗ୍ଧ ହୃଦୟର ପ୍ରଶ୍ନ ସମାହିତ

ସ୍ମୃତି କେବେ ମହାଭାରତ ରାମାୟଣର ଦୃଷ୍ଟାନ୍ତ

ସ୍ମୃତି ଐତିହାସିକ ପ୍ରମାଣିତ ଅଗ୍ନିତତ୍ଵ 

ସ୍ମୃତି ଜଳେ ଅବା ଜାଳେ ମାନସିକତ୍ଵ 

ସ୍ମୃତି ତୁମେ ନିଶ୍ଚୟ ନିଶ୍ଚିନ୍ତ ଅସମାପ୍ତ 

ସ୍ମୃତି ସଦା ଜୀବନ୍ତ ପୋଷକତତ୍ୱ

ସ୍ମୃତି ଜୀବନର କାନଭାସ ରେ ପ୍ରମାଣପତ୍ର

ସ୍ମୃତି ଅସୀମ ଆବେଗର ଜୀବନତତ୍ଵ 

ସ୍ମୃତି ନୀରବତା ଭିତରେ ବଞ୍ଚିବା ସୁତ୍ର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract