STORYMIRROR

Sunanda Mohanty

Abstract Romance Thriller

3  

Sunanda Mohanty

Abstract Romance Thriller

ମୌସୁମୀ ଗୋ

ମୌସୁମୀ ଗୋ

1 min
159


କିଏ ରୋକିଲା ତୁମରି ଆସିବା ପଥ

ଆସ ଗୋ ଅଳସୀ ହୋଇ ମଦମତ୍ତ

ଭର ତୃଷା ଓ ପିପାସା ଧରଣୀ ତୃଷିତ

ତୁମେ ଗୋ ଶ୍ରାବଣୀ ଜଳଧାରା ଅମୃତ

ଜଳ ଟୋପେ ବିନା ବଞ୍ଚିବ ନାହିଁ ଜଗତ

ସେଥିପାଇଁ ଶିବଙ୍କ ଶିରେ ଗଙ୍ଗାମାତା ଉପସ୍ଥିତ

ତୁମେ ଗୋ ମୌସୁମୀ ହାତପାତି ମାତ

ବାରିଦ ଆଣି ଆସ ଆସ ତ୍ୱରିତ

ସାଧବ ବୋହୁଟା ତୁମ ମନମାନି ଦେଖି ଆଚମ୍ବିତ

ମୌସୁମୀ ଗୋ ତୁମ ବିନା ହଲେନା ଗଛ ପତ୍ର

ତୁମ ବିଳମ୍ବରେ ରଜଟା ହେଲା ଅଭିଶପ୍ତ

ଏବେ ଏବେ ଯେବେ ଆସୁଛ କୁଆଡ଼େ ଧରି ବଜ୍ରପାତ

ସବୁଆଡ଼େ ଆସ ରଖ ଗୋ ମହତ ଶ୍ରେଷ୍ଠ ମିତ

ତୁମ କଜ୍ଜ୍ୱଳରେ ମେଘର ନଅର ସୁନ୍ଦର୍ ବହୁତ୍

ତୁମକୁ ଦେଖିବା ପାଇଁଙ୍କି ମୟୁରୀ ନାଚେ ବନସ୍ତ

ତୁମ କବରିରେ ଘୁମେଇ ପଡିଛି ବର୍ଷା ସେତ

ତୁମେ ଗୋ ମୌସୁମୀ ଓଦା କରିଦିଅ ମିତ

ପ୍ରେମିକ ଯୁଗଳ ହୋଇଯିବେ ଧରଣୀ ପ୍ରାୟ ପ୍ରାଣବନ୍ତ

ମୌସୁମୀ ଗୋ ଆସ ଆସ ଲୁଚକାଳି ଖେଳ ଖେଳନିତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract