ରଥ ଦର୍ଶନ ସ୍ମୃତି ରହୁ
ରଥ ଦର୍ଶନ ସ୍ମୃତି ରହୁ
ପହଡ଼ ପଡ଼ିଲେ ସହର ଶୋଇଗଲେ
ମୋ ଘର ବାସେ ଚୁଆ ଚନ୍ଦନ
ତୁଳସୀ ଦୟଣା ଫୁଲଗୁନ୍ଥି ନିତି ରଖେ
ଆସିବେ ବୋଲି ମୋ କଳା ବଦନ ।
କିଦେଇ ପୂଜିବି ଲାଜରେ ମୁଁ ଭିଜି ଦେଖେ
କଳା କାହ୍ନୁ ବେନି ନୟନ
ଅନୁରାଗ ଆଉ ଅନୁକମ୍ପା ମିଶିଗଲା ପରେ
ମୋ ଆଖିରେ ଭରା ସମ୍ମୋହନ ।
ତୁମେ ପଦ୍ମମୁଖ ତୁମେ ନୀଳମୁଖ ଚକାଆଖି
ତୁମ ନୀଳପଦ୍ମନୟନ
ତା ଭିତରେ ଦେଖେ ବିଶ୍ଵ ବ୍ରହ୍ମାଣ୍ଡ ଚକିତେ
ଭାବେ ମୁଁ ଦେଖୁଛି ସପନ ।
ଭୂରୁ ଭୁରୁ ବାସ ଚୁଆ ଚନ୍ଦନେ ଘର ମୋର
ପୁରେଉଠେ ହୃଦ୍ ,କନ୍ଦରେ କମ୍ପନ
ଗୋପରେ ଯଶୋଦା ମହାଭାରତେ ଅର୍ଜ୍ଜୁନ
ରଖିଗଲେ ଖ୍ୟାତି ସୁଗୁଣସମ୍ପର୍ନ୍ନ ।
ମୁଁ ଛାର ନିରକ୍ଷର ଭକ୍ତି ଭାବ କାହିଁ ମୋର
ପୋଛେ ପଣତରେ ଅଶ୍ରୁ ବେନିନୟନ ।
ସ୍ମୃତି ଫାରୁଆରେ ସାଇତି ରଖିବି ଦର୍ଶନ
ଆଡ଼ପ ମଣ୍ଡପେ କରି ଦର୍ଶନ
ତୁମ ରଥ ଯାତ୍ରା ଦେଖି ବେନି ନେତ୍ର ହୋଇବ ପବିତ୍ର
ଘେନା କର ପ୍ରଭୂ ମୋ ଆବେଦନ।
