STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ସ୍ମୃତି ଅନୁଭୂତି

ସ୍ମୃତି ଅନୁଭୂତି

1 min
136


ପରସ୍ପରର ପରିପୂରକ ଅତି

ସ୍ମୃତି ଦିଏ ଅନୁଭୂତି, ଅନୁଭୂତିରୁ ସ୍ମୃତି

ଯିଏ ଯାହା କହୁ ମରେନା ସ୍ମୃତି

ସାଂଗରେ ନେବାକୁ ହୁଏ ସେତିକି ସମ୍ପତ୍ତି

ଛାଡିଯାଏ ଯଦି କେହି କିଛି ତାହା ସ୍ମୃତି

ହେଉ ନହେଉ ଅସରନ୍ତି, ତଥାପି ହୁଏନା ଇତି

ଦୁଃଖଦ ପୁଣି ସୁଖଦ ସ୍ଵପ୍ନ ପୁଣି ବାସ୍ତବ ଅତି

ସ୍ମୃତିର ଅନୁଭୂତି ନା ଅନୁଭୂତିରୁ ସ୍ମୃତି

ଯାହାବି ହେଉ ଜଳାଏ ପାଉଁଶ ତଳ ନିଆଁ ବତୀ

ଖେଲାଏ ଜୀବନ ସାରା ଶିଖାଏ ଅନୁଭୂତି

ସ୍ମୃତି ଏକ ବିଶେଷ ଅତିଥି

ଡାକ ନାଡାକ ଆଗନ୍ତୁକର ବଡିମା ଅତି

କେବେ ଖୁସି କେବେ ଦହନ କେବେ ପ୍ରଶାନ୍ତି

ସ୍ମୃତି ଫରୁଆ ହୃଦୟେ ସାଇତି

ଜୁଇରେ ଜାଳିବା ଯାଏଁ ଜାଳୁଥାଏ ନିତି

ସ୍ମୃତି ନିଆଁ ଲିଭାଇବା କଷ୍ଟ ସମ୍ପ୍ରତ୍ତି

ସ୍ମୃତି କେବେ ହୃଦୟ ପୃଷ୍ଠର ଶେଷ ଲେଖା ଗୀତି

ସ୍ମୃତି କେବେ ଅନ୍ଧାରୀ ମୁଲକର ଅପାସୋରା ପଙ୍କ୍ତି

ହୁଏତ ବିଶେଷ ଓ ବିଶେଷଣର ମିଶ୍ରଣ ସଂସ୍କୃତି

ମାପିବକୁ ଏଯାଏଁ ନାହିଁ ନିକିତି

ଯିଏ ଯାହା ବିଶ୍ଳେଷଣ ଦିଏ ଘଟଣା ପ୍ରବାହ ପରିଣତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract