Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lokanath Rath

Classics Thriller Others

3.5  

Lokanath Rath

Classics Thriller Others

କିଛି ମିଠା କିଛି ଖଟା

କିଛି ମିଠା କିଛି ଖଟା

1 min
143


ବୁଝିବାକୁ ଚେଷ୍ଟା କରି ଏବେ ବି ବୁଝି ତ ପାରୁନି 

କେମିତି କାହିଁକି କେଜାଣି ଗଢି ଉଠିଲା

ଏହି ସମ୍ପର୍କର କିଛି ମିଠା କିଛି ଖଟା କଥା ସବୁ 

 ଯାହାର ସେହି ଅନୁଭୂତି ସ୍ମୃତିରେ ରହିଗଲା ।


ନୁହେଁ ସିଏ କେହି ଜଣାଶୁଣା ଅବା କେହି ଅତି ଆପଣାର 

ନଥିଲା ବାନ୍ଧି ହୋଇ ସମ୍ପର୍କର ଡୋରରେ, 

କିନ୍ତୁ ସେହି କିଛି ମିଠା କିଛି ଖଟା ଅନୁଭୂତି ସବୁ 

ଭୁଲି ନାହିଁ କିଛି, ରହିଛି ସ୍ମୃତିରେ ।


କିଛି ରାଗ ଆଉ କିଛି କଟୁ ଶବ୍ଦ ଭରା କଥା 

ଦେଉଥିଲା ଭାବ କିଛି ପରିଚିତ ଆତ୍ମୀୟତାର, 

ଆଉ କିଛି ସ୍ନେହ ଭରା କିଛି ମିଠା କିଛି ଖଟା 

କଥାରେ ଲୁଚି ଥିଲା ଆଦର ମମତାର ।


ଅଜାଣତରେ ଛାପି ହୋଇ ରହିଗଲା ସବୁ କିଛି ଏହି ସ୍ମୃତିରେ 

ଭାବିଲେ କେତେ ପ୍ରଶ୍ନ ଉଠେ ମନରେ, 

ପରିଚୟ ଖୋଜେ ସେହି କିଛି ମିଠା କିଛି ଖଟା ସମ୍ପର୍କର 

ତଥାପି ବୁଝି ପାରେନା ସମୟର ଖେଳରେ ।


ଆଶ୍ଚର୍ଯ୍ୟ ଚକିତ ହୁଏ ଭାବି ଭାବି କେମିତି ଏପରି ହେଲା 

ସ୍ୱଳ୍ପ ଦିନରେ ଏହି ଅଦୃଶ୍ୟ ସମ୍ପର୍କ, 

ଜଣା ନାହିଁ ଏହି କିଛି ମିଠା କିଛି ଖଟା ଅର୍ଥ 

ଅନୁଭୂତି ସ୍ମୃତି ସଙ୍ଗେ କରେ ତର୍କ ।


Rate this content
Log in

Similar oriya poem from Classics