STORYMIRROR

Sunanda Mohanty

Romance Thriller

3  

Sunanda Mohanty

Romance Thriller

ସ୍ମୃତି

ସ୍ମୃତି

1 min
127

ସ୍ମୃତି ଏକ ମଲାଜହ୍ନ ହୃଦୟ ଆକାଶେ

ସ୍ମୃତି ଏକ ହେନା ଫୁଲ ମହମହ ବାସେ

ସ୍ମୃତି ଏକ ନୀଳଜହ୍ନ ଆତ୍ମପ୍ରକାଶେ

ସ୍ମୃତି କୋଣାର୍କ ନର୍ତ୍ତକୀ ଉଦାସୀ ହସେ

ସ୍ମୃତି ହଳଦୀବସନ୍ତ ଉଡୁଥାଏ ଉଦାସେ

ସ୍ମୃତି ପିଆସୀ ଉଦାସୀ ନୀରବେ ଯାଏ ଆସେ

ସ୍ମୃତି ଫରୁଆ ଏକ ଶ୍ରାବଣ ପରଶେ

ସ୍ମୃତି ଗୋଲାପି ଚିଠିଟିଏ ମଳୟ ବତାସେ

ସ୍ମୃତି ଏକ ରୁପାଜହ୍ନ ଫଗୁଣ ଫୁଲବାସେ

ସ୍ମୃତି ଏକ ବତୀଘର ସମୁଦ୍ର ସାରସେ

ସ୍ମୃତି ଏକ ପୋତାଶ୍ରୟ ଋତୁ ବିଭାବରୀ ବର୍ଷେ

ସ୍ମୃତି ଏକ ସବୁଜ ଛାଇ ଯାଏ ଫେରିଆସେ

ସ୍ମୃତି ଏକ ନଳବଣ ଚିଲିକାର ସ୍ପର୍ଷେ

ସ୍ମୃତି କେବେ ବିରହିଣୀ ଉଲକା ହୋଇ ଖସେ

ସ୍ମୃତି ଏକ ଜତୁଗୃହ ମଦାଳସୀ ପଳାସେ

ସ୍ମୃତି ଏକ ଜଳନ୍ତା ନିଆଁଝୁଲ୍ ଦୋଳାୟିତ ନାଗ ଫାଶେ

ସ୍ମୃତି ଅହରହ ଆନମନା କରୁଥିବା ପ୍ରଜାପତି ମଧୁମାସେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance