STORYMIRROR

Chaturbhuja Sahoo

Abstract Thriller

4  

Chaturbhuja Sahoo

Abstract Thriller

ନଈ

ନଈ

1 min
450


ସଭ୍ଯତାର ବିକାଶରେ ନଈ

ସଭ୍ଯତାର ପତନରେ ନଈ

ଜୀବନର ସତ୍ତା

ଜୀବନର ବାର୍ତ୍ତା

ଜୀବନର ପ୍ରତିଟି ଚେତନାରେ ନଈ ।


ବେଦପାଠର ମନ୍ତ୍ରରେ ନଈ

ତରୁଣୀର ସ୍ବପ୍ନ କାମନାର ତୁଠରେ ନଈ

ଜୀବନ ଜୀବିକାର ବିକାଶରେ ନଈ

ଇତିହାସର ମୁକସାକ୍ଷୀ ନଈ ।।


ସେ ନଈ

ଆଜି ଦିଗହରା

କେଉଁଠି ସମୟର ଉଜାଣି ସ୍ରୋତରେ ତ

ଆଉ କେଉଁଠି ବିଲୁପ୍ତ

କାଳର କରାଳ ଛାୟାରେ

କିନ୍ତୁ 

ମୋ'ଗାଁ ର ନଈ

ପ୍ରକୃତି କୋଳେ - ଆନମନା ନାୟିକା

ମୋର ପ୍ରତିଟି ସ୍ପନ୍ଦନ ରେ

ମୋ ଅନୁଭବରେ

ମୋ ଅନୁରାଗର ବଳୟରେ

ମୋ ପାର୍ଥିବ ଜୀବନ ଆଉ ଯାତନାରେ

ନଈ 

ସାକ୍ଷାତ୍ ଈଶ୍ବରୀ ମହାମାୟୀ ।।।

ଏ ସନ 

ପ୍ରକୃତି ଦାଉ ସାଧୁଛି

ଧୁ-ଧୁ ଧରିତ୍ରୀ ବକ୍ଷରେ

ଅଶାନ୍ତ ଆଷାଢ଼,ଭିଜା ଶ୍ରାବଣରେ

ଟୋପାଏ ବର୍ଷା ନାହିଁ

ଏଇଥିପାଇଁ ତ 

ମୋ'ଗାଁ ର ବାଉତୀ ନଈ

ଅକସ୍ମାତ ବର୍ଷାରେ ଅଭିମାନ କରି

ଖଳଖଳ ଗଲା ବହି

ହେଲେ ପ୍ରକୃତିର ଦାରୁଣ କଷ୍ଟକୁ ନ ସହି

ପୀଢ ଠାକୁରାଣୀ ବାଙ୍କରେ ଆତ୍ମହତ୍ୟା କରିଛି

ଦୁଃଖର ଏଲିଜି ଗାଇଗାଇ .... ।।


Rate this content
Log in

Similar oriya poem from Abstract