STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ପଞ୍ଚ ସ୍ତରୀୟ ସ୍ବାଧୀନତା

ପଞ୍ଚ ସ୍ତରୀୟ ସ୍ବାଧୀନତା

1 min
201

ପଚାରେ ସ୍ବାଧୀନତା 

କେତେ ମହାନୁଭବତା 

ମାଟିମା ପାଇଁ ଅଛି କୁହ 

 ଝରାଇଛ କେତେ ଲୁହ 

ଅନ୍ତରେ ଭରି କେତେ କୋହ 

ପଚାରେ ସ୍ବାଧୀନତା 

ହୃଦୟେ ମମତା 

ଜାଗିଛିକି କେବେ କାହା ପାଇଁ 

ଭାବିଛ କି ସଭିଙ୍କୁ ଆପଣା 

ବନ୍ଧୁଭାଇ ଅବା ଜିଇଛ ନିଜ ପାଇଁ 

ପଚାରେ ସ୍ବାଧୀନତା 

ନିରୀହ ପଶୁର ବ୍ୟଥା

ମାପିଛ କି ଦେଖି ତାଙ୍କ ନୀରବତା 

ପଚାରେ ସ୍ବାଧୀନତା 

ନିଜ କର୍ମ କୁ ପରଖି 

ଅନ୍ୟ ଦୋଷ ନଦେଖି 

କେତେ ବୁଝିଛ ଆଖିର ଆକୁଳତା 

ପଚାରେ ସ୍ବାଧୀନତା 

ନିଜ ଦେଶ ର ଖଣିଜ ସମ୍ପଦ 

ନିଜ ଦେଶ ର ସୀମା ସରହଦ 

ରଖିବାକୁ ଟେକିଛ କି ନାହିଁ ମଥା 

ପଚାରେ ସ୍ବାଧୀନତା 

ଦେଶ ଓ ଜାତିର କର୍ଣ୍ଣଧାର 

ଗାନ୍ଧୀ ଗୋପବନ୍ଧୁ ଆଦି 

ବୀର ନର ରମଣୀ ପ୍ରବର 

 ଶିକ୍ଷା ସଂସ୍କୃତି ପରମ୍ପରାର କରିଛ

 କି ଉପଚାର ଅବା ପ୍ରତିକାର 

 ପଚାରେ ସ୍ବାଧୀନତା 

 ଏତେ ବର୍ଷ ର ପରିପକ୍ଵତା 

 ବୁଝିଛକି ସ୍ୱଚ୍ଛତା ମନ୍ତ୍ରର ଗଭୀରତା 

 ପଚାରେ ଆଜି ସ୍ବାଧୀନତା 

 ଆରାଧ୍ୟ ଜଗନ୍ନାଥ ଆମ ଦେବତା 

 ବୁଝିଛକି ଠାର ଗାର ଗଭୀରତା 

 ନିର୍ଦ୍ଦେଶ ନରେଶଙ୍କର ଦୁଇ ଆଖିପତା 

ଦୁଇ ଚକାଆଖିର ସମ୍ମୋହନ ବ୍ୟାକୁଳତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics