STORYMIRROR

Arun Kumar Mitra

Tragedy

2  

Arun Kumar Mitra

Tragedy

ଜଳଯୋଦ୍ଧା (କେରଳର ବନ୍ୟା)

ଜଳଯୋଦ୍ଧା (କେରଳର ବନ୍ୟା)

1 min
13.8K


ସମୁଦ୍ରକୂଳ ବାସୀ ଦୁଦ୍ଧର୍ଷ ଜଳଯୋଦ୍ଧା,

ନାହିଁ ଶିକ୍ଷା ଦୀକ୍ଷା ତାଲିମ।

ଜୀବନ ଜୀବିକାରେ ଦୁଇ ପଟ ରୁଟି ପାଇଁ

ନିତ୍ୟ ଅଭିଯାନ ମଝି ଦରିଆରେ।

ରପ୍ତ ତାଙ୍କ କୁଶଳୀ କଳା ମତ୍ସ୍ୟ ଶିକାର ଲାଗି

କରନ୍ତି ଲଢେଇ ସାଗର ଲହରୀ ସାଥେ

ସଲିଳ ସମାଧି ରେ ନାହିଁ ଭୟ।

ଅନ୍ନ ଚିନ୍ତା ଦାରିଦ୍ର୍ୟତାର ଶୂଳ ନିତ୍ୟ କରେ ବିଦ୍ଧ

ନାହିଁ ଭ୍ରୂକ୍ଷେପ ନାହିଁ ଚିନ୍ତା, ଭୂତ ଭବିଷ୍ୟତ।

ଆଜି ଦୂର୍ଦିନେ ସେହି ସଙ୍ଘବଦ୍ଧ କୈବର୍ତ୍ତ ଦଳ

ଅସ୍ତ୍ର ତାଙ୍କ କ୍ଷୁଦ୍ର ଡିଙା , ଆତ୍ମବିଶ୍ବାସ, ମାନବତା

ବିପନ୍ନ କରି ନିଜ ପ୍ରାଣ, ଅମିତ ବିକ୍ରମେ ଯୁଦ୍ଧ କରି

ବଞ୍ଚାଇଲେ ସହସ୍ର ଜୀବନ।

ଧନ୍ଯ ହେ ମାନବତାର ପୂଜାରୀ ବୃନ୍ଦ

ସହସ୍ର ନମନ୍ ତବ ଶ୍ରୀ ଚରଣେ।

ସମସ୍ତ ବାଧାବିଘ୍ନକୁ ଦୂରରେ ହଟେଇ

ଅସହାୟ କେରଳ ବାସୀଙ୍କ ଲାଗି ସାଜିଛ ଦେବଦୂତ,

ତୁମ ମଣିଷ ପଣିଆ ବିରଳ ଦୃଶ୍ୟ

ରଚିଲ ଇତିହାସ ନୂଆ ବନ୍ଯାକ୍ଳିଷ୍ଟ ଦୂର୍ଗତର ହିତେ।

ଜୟ ହେଉ ମତ୍ସ୍ୟଜୀବୀ,

" ଅରୁଣ କୁମାର ମିତ୍ର "


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy