STORYMIRROR

Arun Kumar Mitra

Inspirational

2  

Arun Kumar Mitra

Inspirational

ନାରୀ ତୁମେ ରହନି ନୀରବ -

ନାରୀ ତୁମେ ରହନି ନୀରବ -

1 min
13.7K


ନାରୀ ତୁମେ ରହନି ନୀରବ -

ତୁମ ଅର୍ଦ୍ଧନଗ୍ନ ଚିତ୍ର ଆଙ୍କି ଚିତ୍ରକର ହେଲେ ବିଖ୍ୟାତ,

ତୁମ କୋମଳ ଦେହକୁ ପ୍ରଦର୍ଶନ କରି

ଚଳଚ୍ଚିତ୍ରକାର ଲୁଟିଲେ ଅପର୍ଯ୍ୟାପ୍ତ ଧନ,

ତୁମ ସ୍ବଳ୍ପବାସର ରୂପକାର

ତୁମକୁ ଦେଲା ସ୍ବାଧୀନତା ନାଁରେ ଏକ କୁତ୍ସିତ ଉପହାର,

ପୁରୁଷଙ୍କ ପାଇଁ, ଦୃଷ୍ଟିନନ୍ଦନ ଏକ ଉଛଳିତ ଝରଣାର ଧାର

ତୁମକୁ ଗୃହଲକ୍ଷ୍ମୀ କହି ରାତିଦିନ ଖଟାଇଲେ,

ତୁମ ହାତରେ ଦିଆ ଗଲା କ୍ଷମତା ହୀନ ଗୁରୁଦାୟିତ୍ବ।

ଆହୁରି କେତେ କଣ , କେତେ ଅବାଧ ସ୍ବାଧୀନତା,

ତୁମେ ଏକୁଟିଆ ବୁଲି ପାରୁଛ କି ?, ଭ୍ରମଣ କରି ପାରୁଛ କି ?

ନିଜ ଦେଶେ ବିଦେଶରେ, ନିଜ ଗାଁରେ

ଅନ୍ଧାର ଅମାନିଆ ଅବା ଜୋଛନା ରାତିରେ,

ଦେଖୁଛ କେତେ ଭେଲିକି ତୁମ ସ୍ବାଧିନତା ନାଁରେ।

ଖୋଲ ଆଖି ଜାଗ, ରହନି ନୀରବ।


"ଅରୁଣ କୁମାର ମିତ୍ର"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational