STORYMIRROR

Arun Kumar Mitra

Inspirational

2  

Arun Kumar Mitra

Inspirational

"ନାରୀର ଘର କାହି"

"ନାରୀର ଘର କାହି"

1 min
12.7K


ବାପା ତୋଳିଲେ ଦୁଇ ମହଲା ପକ୍କା ଘରଟିଏ,

ତଳେ ଉପରେ ଚାରିଗୋଟି ବଖରା

ବୋଉ କହିଲେ ମୋ ଦୂଇ ପୁଅର

ଦୁଇ ଦୁଇ ଚାରିଟା ହୋଇ ଗଲା

ନିଶ୍ଚିତ ଭବିଷ୍ୟତ, ଝିଅ ଯିବ ପରଘରକୁ

ସିଏ ତାର ଘର ପାଇବ

ମୁଁ ସେତେବେଳେ ଅଷ୍ଟାଦଶୀ ବିବାହ ଯୋଗ୍ୟା

ବାପା ବୋଉର ଗଳକଣ୍ଟକ ।

କିଛି ଦିନ ମଧ୍ୟରେ ନେଲି ବିଦାୟ, ଗଲି ପତି ଘରକୁ

ଭଲ ଚାକିରିଆ ପତି ମୋର କିଣିଲେ ଗୋଟେ ଘର

ମନ ଭରି ସଜାଇଲି ସେ ଘରକୁ

କେତେ ଖୁସି ଲାଗିଲା, ଏହି ମୋର ଘର

ଦ୍ୱିପ୍ରହରରେ ହାତରେ ଅନେକ ଅବସର ବେଳ

ଡାକିଲି ବସ୍ତିରୁ ଛଅ ସାତଜଣ ଛୋଟ ଝିଅ ପିଲାଙ୍କୁ

ଶିଖଉଥିଲି ସିଲେଇ, ତା ସହିତ ଦରକାର ବେଳେ ପାଠ ମଧ୍ୟ

ମୋର ଘର, କେତେ ଖୁସି କେତେ ଉଦ୍ଦୀପନା

ସେଦିନ ପତି ମୋର ସହସା ଅଫିସରୁ ଫେରି କହିଲେ

ଏଇ କ'ଣ, ମୋ ଘରରେ ବସ୍ତି ପିଲାଙ୍କୁ

ତମେ କେମିତି ପୁରେଇଲ

ସେଦିନ ମୋ ସ୍ବପ୍ନ ଭଙ୍ଗ ହେଲା, ବୁଝିଲି ମୋ ଘର ନାହିଁ

ପୁଅ ବଡ ହୋଇ ଚାକିରି କଲା, କହିଲା ଏଇ ଘରକୁ

ଲଗାଇ ଦେ ଭଡ଼ାରେ, ଚାଲ୍ ମୋ ନୁଆ ଫ୍ଲାଟ୍ କୁ

ମୋତେ କାନ୍ଦନା ଆସିଲା , ଭାବିଲି ଯିବିନି ପୁଅ ଘରକୁ

ପଚାରିବି ଈଶ୍ୱରକୁ ମୋର ଘର କାହିଁ,

ନାରୀର କି ଘର ନାହିଁ।


"ଅରୁଣ କୁମାର ମିତ୍ର"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational