STORYMIRROR

Arun Kumar Mitra

Others

3  

Arun Kumar Mitra

Others

ସ୍ଵାଧୀନତାର ଏକସ୍ତରୀ ବର୍ଷ ପରେ

ସ୍ଵାଧୀନତାର ଏକସ୍ତରୀ ବର୍ଷ ପରେ

1 min
13.7K


ଏକସ୍ତରୀ ବରଷ ପରେ, ସ୍ଵାଧୀନତା ହୀନତାରେ

ଦେଖରେ କେମିତି ଅଛି ନାରୀ,

ସର୍ବ ସ୍ଥାନେ ସର୍ବସ୍ତରେ, ତୁମ ନେତ୍ର ଅଗୋଚରେ

ପିଶାଚର ଲାଳସାର ବଳି।

ଆସନ୍ତି ଯାଆନ୍ତି ରାଜା, କେ ଦେବ ପ୍ରମାଣ ସଜା

ବିଚାରର ବାଣୀ କାନ୍ଦେ ବସି

ସଦା ସର୍ବଦା ଭୟ, ହେ ପୁରୁଷ ମହାଶୟ

କୁହ ବନ୍ଧୁ କେ ଅଛ ବିଶ୍ଵାସୀ।

ଅସୀମ ସାହସୀ ଭଣ୍ଡ ବ୍ୟଭିଚାରୀ ସାଧୁ ସନ୍ଥ

କୌଶଳରେ କରି କରାୟତ୍ତ

ଦେଶ ବ୍ୟାପୀ ଯଶ ଖ୍ୟାତି, ମଣିଷ ନା କେଉଁ ଜାତି

ଲୁଟିଲାଣି ମାତୃ ଇଜ୍ଜତ।

ସିନ୍ଦୂର ଚନ୍ଦନ ଭାଲେ, ନାନା ପୁଷ୍ପ ମାଳା ଗଳେ

ତପସ୍ୱୀର କଣ୍ଠେ ପ୍ରବଚନ

ନାରୀ ମାଂସ ଭକ୍ଷଣକାରୀ, ଧର୍ମର ଦଣ୍ଡାଧାରୀ

ବିରଳ ସନ୍ୟାସୀ ଭଗବାନ।

ଶିକ୍ଷା ଗୁରୁ ମହାଶୟ ସମାଜରେ କତିପୟ

ଆବିର୍ଭୁତ ପାପୀଷ୍ଠ ପାମର

ଚାରିରୁ ଚଉଦ ବର୍ଷୀୟା ନିଷ୍ପାପ ପବିତ୍ର କାୟା

ଅଲାଜୁକ କରେ ଦୁରାଚାର।

ବାଳିକାଶ୍ରମ ନାମ ତାର, ଚାଲଇ ନାରୀ ସଂହାର

ଭଦ୍ରଜନ ଦୁଷ୍କର୍ମେ ଅଗ୍ରଣୀ

ହେ ରାଜନ୍ କହିବ କି ଆଉ କେତେ ସହିବେ କି

ତରାସେ ତଟସ୍ଥ ମା ଜନନୀ।

ଅରୁଣ କୁମାର ମିତ୍ର,

ବଣ ମଲ୍ଲୀର କଲି ଗ୍ରନ୍ଥ ରୁ


Rate this content
Log in