STORYMIRROR

Arun Kumar Mitra

Others

2  

Arun Kumar Mitra

Others

ସ୍ବାଧୀନତା

ସ୍ବାଧୀନତା

1 min
13.4K


ସ୍ବାଧୀନତା ଗୋଟେ ଅର୍ଥବହ ଶବ୍ଦ

ଲଭିଛେ ଅନେକ ରକ୍ତକ୍ଷୟୀ ସଂଗ୍ରାମର ମଧ୍ୟ ଦେଇ

ସଗର୍ବରେ ଦେଶର କୋଣେ ଅନୁକୋଣେ ପାଳିତ ହୁଏ

ମୁଁ କିନ୍ତୁ ପରାଧିନତାର ଶୃଙ୍ଖଳେ ବନ୍ଦୀ

କେତେବେଳେ ପିତା, କେତେବେଳେ ପତି,

କେତେବେଳେ ପୁତ୍ରର ସାହଚର୍ଯ୍ୟରେ ଜିଇଁବା

ମୋର ଅଦୃଷ୍ଟରେ ଲେଖା, ହଜାର ହଜାର ବର୍ଷ ଧରି

ମୋତେ ଇଚ୍ଛା ହୁଏ ଚନ୍ଦ୍ର ଜୋଛନା କିମ୍ବା ଘୋର ଅମା ରାତିରେ

ଏକୁଟିଆ ନିର୍ଜନ ପଥରେ ପରିଭ୍ରମଣ କରିବାକୁ

କିନ୍ତୁ ଏଇ କଳ୍ପନା ହିଁ ମୋତେ ଶିହରିତ କରେ

ଦୂସ୍କର୍ମର ସ୍ବୀକାର ହୋଇ ନଷ୍ଟ ଉପାଧି ପ୍ରାପ୍ତ ହେବିନି କି ?

କୌଣସି ସ୍ବତନ୍ତ୍ର ନିବାସର

ନିବାସୀ ହେବାର ମୋ ଅଧିକାର ନାହିଁ

ତୁମେମାନେ ଯେତେ ଲମ୍ବା ଚୌଡା ଆଶ୍ଵାସନାର

କଥା କହିଲେ ମଧ୍ୟ, ମୁଁ କିନ୍ତୁ ମୁଁ ଥିଲି, ମୁଁ ଅଛି

ଆଉ ମୁଁ ହିଁ ରହିବି ---

ଅରୁଣ କୁମାର ମିତ୍ର


Rate this content
Log in