STORYMIRROR

Arun Kumar Mitra

Romance

2  

Arun Kumar Mitra

Romance

ଆଷାଢ଼ର ପ୍ରଥମ ବରଷା

ଆଷାଢ଼ର ପ୍ରଥମ ବରଷା

1 min
3.2K


ଅଦୂର ଗଗନୁ ଶ୍ରୁତି ସୁମଧୁର

ମେଘ ମହ୍ଲାର ରାଗିନୀ,

ଆଷାଢ଼ ପ୍ରଭାତ ଘନ ଧୂସରିତ

ବଉଦ ଶୋଭିତ ଧରଣୀ।

ଅତି ମନୋହର ସ୍ନିଗ୍ଧ ଶ୍ୟାମଳ

ଘନୀଭୂତ ମେଘପୁଞ୍ଜ

ହରଷ ଚିତ୍ତେ ସରସ ପଲ୍ଲୀ

ପଥ ପ୍ରାନ୍ତର କୁଞ୍ଜ।

ସୁନ୍ଦର ମେଘ ମଲ୍ଲିକା ଦେହ

ଯଉବନ ରସେ ପୂର୍ଣ୍ଣ

ଉଛଳିତ ପ୍ରାଣା ସିକ୍ତ ବସନା

ମଉସୁମୀ ଅବତୀର୍ଣ୍ଣ।

ଅଙ୍ଗେ ଅଙ୍ଗେ ଜଳତରଙ୍ଗ

ମର୍ତ୍ଯଭୂବନ ମୋହିନୀ

ନବଘନ ରୂପୀ ପବିତ୍ର କାୟ

ଅମରାବତୀରୁ ନଳିନୀ।

ଆନନ୍ଦଧାର ସ୍ନାତ ପରବତ

ଗିରି ବଣଭୂମି ଧନ୍ୟ

ଧୌତ ପତର ତରୁଲତା ଫୁଲ

ମହୀତଳ କ୍ଳେଦଶୂନ୍ଯ।

ରିମ୍ ଝିମ୍ ତାଳେ ଝରେ ଅବିରଳ

ଚଞ୍ଚଳ ମନୋହରଣୀ

ନାଳ ଖାଲବିଲ ଅତୀବ ଚପଳ

କୁଲୁ କୁଲୁ ନାଦେ ତଟିନୀ।

ବାୟୁ ଧୂଳି ହୀନ ପରିଛନ୍ନ

ଅନାବିଳ ସୁଖଦାୟିନୀ

କୃଷିକ୍ଷେତ ପରିପୂର୍ଣ୍ଣ ସଲିଳେ

ଦୃଷ୍ଟି ନନ୍ଦନ ଅବନୀ।

ଭାବେ ଗଦଗଦ କୃଷକ ହୃଦୟ

ପୁଲକିତ ତାଙ୍କ ରମଣୀ

ଅଧିଷ୍ଠାତ୍ରୀ ଶସ୍ୟ କ୍ଷେତରେ

ପତିଙ୍କ ସହ ପତ୍ନୀ।

ନବ ଉଦ୍ୟମେ ନବ ବରଷଣ

ଉଛଶିତ ସାରା ପଲ୍ଲୀ

ନୃତ୍ଯ ଛନ୍ଦେ ଶିଖୀ ଅରଣ୍ୟେ

କୁସୁମ କୁମାରୀ ମଲ୍ଲୀ।

" ଅରୁଣ କୁମାର ମିତ୍ର "


Rate this content
Log in

Similar oriya poem from Romance