STORYMIRROR

Subhalaxmi Nayak

Abstract

3  

Subhalaxmi Nayak

Abstract

ଜଳଛବି

ଜଳଛବି

1 min
127

କାଚକେନ୍ଦୁ ପରି ଜଳ ପୃଷ୍ଠେ ନାରୀ

ପ୍ରତିବିମ୍ବ ଦେଖି ହୋଇ ଲାଜବତୀ

ସର୍ବଗୁଣସମ୍ପନ୍ନା ମଉନାବତୀ

ମନେ ମନେ ଚିନ୍ତି ନିଜକୁ ସୁନ୍ଦରୀ

କାହୁଁ ଅଛି ଏ ଦୁନିଆରେ ମୋ ପରି।


ଜଳଛବି ଦିଏ ପ୍ରତ୍ୟୁତ୍ତର ତା'ର

ଭାବନାରେ ଦେଇ ଚିହ୍ନ ବିରାମର

ଗୋ ଲାଜବତୀ ତୁମ ବିଦ୍ୟା ପରାଭବେ

ଉତ୍ତର ପ୍ରକାଶେ ମନ ମୋର ଲଭେ

ଯହୁଁ ନିର୍ଭୁଲ୍ ନ ହୋଇବ କଥା

ପାଇବି ମନରେ ଅକୁହା ବ୍ୟଥା।


ଲାଜବତୀ ଚାହିଁ ଚତୁର୍ଦ୍ଦିଗ କ୍ଷଣେ

ନ ପାଇ କାହାକୁ ଚିନ୍ତେ ମନେ ମନେ

ହୃଦୟ ଭିତରୁ ଶବଦ ଶୁଣି

ଚମକି ଯାଇଛି ଅନ୍ୟମନସ୍କ ଭାବ ଜାଣି।


ତହୁଁ ପୁନଶ୍ଚ କଥା ବୋଲେ ଜଳଛବି

ଏଡ଼ାଇ ଯାଉଛ କି ମନର ଭ୍ରମ ଭାବି

ଏଇ ତ ମୁଁ ଉପସ୍ଥିତ ଏହିଠାରେ

ଚତୁର୍ଦ୍ଦିଗେ ଚାହିଁ ମନେ କିମ୍ପା ଭୟ ଧରେ

ପ୍ରଶ୍ନଟିଏ ଉଙ୍କି ଆସିଛି ମନରେ

ସ୍ଥିର ହେଉନାହିଁ ତାହାରି ଅସ୍ଥିର ଭାବରେ।


ଲାଜବତୀ ଚାହିଁ ପୁଷ୍କରିଣୀ ପୃଷ୍ଠେ

ଅଜାଣତେ ହସ୍ତ ପଖାଳି ଦିଅନ୍ତେ

ଜଳଛବି ଯାଇଛି ଉଭାନ ହୋଇ

ତରଙ୍ଗ ମାଳା ଖେଳନ୍ତି କୂଳକୁ ଛୁଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract