Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy

4  

Bharatabandhu Biswal

Tragedy

ଜଳବନ୍ଦୀ

ଜଳବନ୍ଦୀ

1 min
204



ପୋତି ହେଉଅଛି ଶଯ୍ୟା ଓ ମୁହାଣ

ହୁଅଇ ବନ୍ୟା ବିତ୍ପାତ

କଂକ୍ରିଟ ସଡ଼କ କୋଠାବାଡ଼ି ଛାତ

ସୃଷ୍ଟି କରଇ ଆପତ ।


ନଷ୍ଟ ହେଉଅଛି ପୃଥିବୀ ପୃଷ୍ଠରୁ

ସବୁଜ ବନ କାନନ

ଭୂମିଗତ ଆଉ ହେଉ ନାହିଁ ବୃଷ୍ଟି

ବହିଯାଏ ଅକାରଣ ।


ନିଦାଘେ ହେଉଛି ଜଳସ୍ତର ହ୍ରାସ

ହାହାକାର ଜଳାଭାବ

ଆସିଲେ ବରଷା ଲୋକେ ଜଳବନ୍ଦୀ

ଚତୁର୍ଦ୍ଦିଗ ଜଳାର୍ଣ୍ଣବ ।


ଗଡିଆ ପୋଖରୀ ନାଳ କେନାଲକୁ

ମଣିଷ ପକାଏ ପୋତି

ଜଳ ନିଷ୍କାସନେ ହୁଏ ଅସୁବିଧା

ପରିଣାମ ଜଳବନ୍ଦୀ ।


ସୁଚିନ୍ତିତ ଭାବେ ହୁଏନି କେଉଁଠି

କୋଠାବାଡ଼ି ବି ନିର୍ମାଣ

ଯାହାର ମନକୁ ଆସିଲା ଯେଉଁଠି

ତୋଳେ କୋଠା ବହୁତଳ ।


ନଷ୍ଟ ହୋଇଗଲେ ପାହାଡ଼ ପର୍ବତ

ପ୍ରାକୃତିକ ଭାରସାମ୍ୟ

ଭୋଗିବ ମନୁଷ୍ୟ ପ୍ରକୃତି ପ୍ରକୋପ

ସାଙ୍ଘାତିକ ପରିଣାମ ।


ସମୁଦ୍ର ଜୁଆର ଲଙ୍ଘିବ କୂଳକୁ

ଆସିବ ହଠାତ୍ ମାଡ଼ି

ଲୁଣି ବାଲିଚରେ ସମୁଦ୍ର ଆଁ ରେ

ଉଜୁଡିବ କ୍ଷେତ ବାଡି ।


ସହରାଞ୍ଚଳରେ ବରଷା ଦିନରେ

ପଶିଯିବ ଘରେ ପାଣି

ଜୀବନ ଜୀବିକା ହେବ ଅସ୍ତବ୍ୟସ୍ତ

ଦୁଃଖ ଦେବ ଜଳବନ୍ଦୀ ।

   ------


Rate this content
Log in

Similar oriya poem from Tragedy