STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ଜଳବନ୍ଦୀ

ଜଳବନ୍ଦୀ

1 min
156


ବାତ୍ୟା ତୋଫାନର ଭୟାଭୟ ସ୍ଥିତି

ଜନଙ୍କୁ ଯନ୍ତ୍ରଣା ଦିଏ,

ଧନ ସମ୍ପତ୍ତିର କ୍ଷତି କରେ ପୁଣି

ଜଳବନ୍ଦୀ ସ୍ଥିତି ହୁଏ।

ପ୍ରଖର ଗତି ରେ ଆସେ ଟି ତୋଫାନ

ବିନାଶର ପ୍ରତିମୂର୍ତ୍ତି,

ଚତୁର୍ଦ୍ଦିଗ ହୁଏ ଜଳ ପରିପୂର୍ଣ୍ଣ

ଜଳବନ୍ଦୀର ହିଁ ମୂର୍ତ୍ତି।

ଜନ ରହୁଛନ୍ତି ଉଚ୍ଚ ସ୍ଥାନ ଦେଖି

ତୋଫାନୁ ବଞ୍ଚିବା ପାଇଁ,

ନିରାପଦ ସ୍ଥାନେ ରହୁଛନ୍ତି ଜନେ

ନିଜ ପରିବାର ପାଇଁ।

ତୋଫାନ ଘୁଞ୍ଚିଲେ ଜଳମଗ୍ନ ହୁଏ

ଭୟଙ୍କର ସ୍ଥିତି ପୁଣି,

ଜଳବନ୍ଦୀ ପରି ଅନୁଭବ ହୁଏ

କି କରିବ ଜନ ପୁଣି।

ଜଳବନ୍ଦୀ ସଙ୍ଗେ ଦୁର୍ଗନ୍ଧ ର ଗନ୍ଧ

ମାଡ଼ି ଆସୁ ଅଛି ପୁଣି,

ରୋଗର ତାଣ୍ଡବ ଯନ୍ତ୍ରଣା ଦେବ କି 

ଦୁଃଖ ଭରା ସ୍ଥିତି ପୁଣି।

ଜଳବନ୍ଦୀ ଯୋଗୁଁ ଗ୍ରାମ ଗ୍ରାମ ମଧ୍ୟେ

ଯାତାୟାତ ହୁଏ ବନ୍ଦ,

ଆବଶ୍ୟକ ବସ୍ତୁ ନ ମିଳେ କାହାରେ

ମହାମାରୀ ପରି ଦ୍ବନ୍ଦ।

ଜଳବନ୍ଦୀ ସଙ୍ଗେ ଅଦୃଶ୍ଯ କରୋନା

ଜୀବନେ ଆଣିଛି ଦୁଃଖ,

କି ପରି ସହିବ ଦାରୁଣ ଯନ୍ତ୍ରଣା

ଭୟଭୀତ କରେ ଦୁଃଖ।

ବାତ୍ୟା ତୋଫାନର ଭୟାଭୟ ସ୍ଥିତି

ଜନଙ୍କୁ ଯନ୍ତ୍ରଣା ଦିଏ,

ଧନ ସମ୍ପତ୍ତିର କ୍ଷତି କରେ ପୁଣି

ଜଳବନ୍ଦୀ ସ୍ଥିତି ହୁଏ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy