STORYMIRROR

padmaja pati

Abstract

2  

padmaja pati

Abstract

ଜଳ ବିନ୍ଦୁ

ଜଳ ବିନ୍ଦୁ

1 min
3.0K

ଯା ବିନା ଜୀବନ ନୁହେଁ ତ ସମ୍ଭବ

ବଞ୍ଚି ପାରିବାନି କେହି

ହୋଇଛି ପୃଥିବୀ ସବୁଜ, ସୁନ୍ଦର

ଜଳଧାରଟିଏ ସେହି l

ଜଳରେ ଭରିଛି ବୋଲି ଜଳ ଗ୍ରହ

ନାମ ବହିଛି ସଂସାରେ

ଲୁଣି ଜଳ ମିଳେ ଅଧିକ ଏଠାରେ

ଲାଗେନା ନିତି କାମରେ l

ମଧୁର ଜଳକୁ ବ୍ୟବହାର ଲାଗି

ସବୁ ଜୀବ ଲୋଡୁ ଥାଇ

କଳ କାରଖାନା, ଯନ୍ତ୍ରପାତି ସାଥେ

ଘର କାମରେ ଲାଗଇ l

ଧୀରେ ଧୀରେ ତା'ର ସ୍ତର କମିଲାଣି

ହେବା ଆମେ ମିତବ୍ୟୟୀ

ଉପଯୋଗ କରି ପ୍ରତି ଜଳ ବିନ୍ଦୁ

ବୋଲଇବା କାଳଜୟୀ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract