ଜଳ ବିନ୍ଦୁ
ଜଳ ବିନ୍ଦୁ
ଯା ବିନା ଜୀବନ ନୁହେଁ ତ ସମ୍ଭବ
ବଞ୍ଚି ପାରିବାନି କେହି
ହୋଇଛି ପୃଥିବୀ ସବୁଜ, ସୁନ୍ଦର
ଜଳଧାରଟିଏ ସେହି l
ଜଳରେ ଭରିଛି ବୋଲି ଜଳ ଗ୍ରହ
ନାମ ବହିଛି ସଂସାରେ
ଲୁଣି ଜଳ ମିଳେ ଅଧିକ ଏଠାରେ
ଲାଗେନା ନିତି କାମରେ l
ମଧୁର ଜଳକୁ ବ୍ୟବହାର ଲାଗି
ସବୁ ଜୀବ ଲୋଡୁ ଥାଇ
କଳ କାରଖାନା, ଯନ୍ତ୍ରପାତି ସାଥେ
ଘର କାମରେ ଲାଗଇ l
ଧୀରେ ଧୀରେ ତା'ର ସ୍ତର କମିଲାଣି
ହେବା ଆମେ ମିତବ୍ୟୟୀ
ଉପଯୋଗ କରି ପ୍ରତି ଜଳ ବିନ୍ଦୁ
ବୋଲଇବା କାଳଜୟୀ l
