STORYMIRROR

baijayantimala rout

Abstract

3.0  

baijayantimala rout

Abstract

ଜଳ ଆମ ପ୍ରାଣ

ଜଳ ଆମ ପ୍ରାଣ

1 min
213



ଜଳ ଗହଳେ ଜଳ ବିହୁନେ

ଘଟଇ ଧରା ନାଶ, 

ଜଳ ବିନା ଏ ଜୀବନ ଅଧା

ଜଳରେ ଜୀବ ବାସ। 

ଆଧୁନିକତା ଆବୋରି ଆମେ 

କରୁ ନିଜର ନାଶ, 

ଜଳ ଦୂଷିତ କରୁଛୁ ଆମେ 

ହୋଇବ ସର୍ବନାଶ। 

ମୂହୁର୍ତ୍ତଟିଏ ଜୀବନ ନାହିଁ

ଜଳ ବିନା ଏ ଦେହେ, 

ଜଳ ଯେ ଅଟେ ପରାଣ ଆମ

ଜୀବ ଦେହରେ ରହେ। 

ଧରଣୀ ନାଶ ଘଟିବ ସତେ

ଜଳ ଦୂଷିତ ହେଲେ, 

ରୋଗ ଜୀବାଣୁ ପ୍ରବେଶ କରେ 

ସେ ପାଣିକୁ ପିଇଲେ। 

ଶପଥ ନେବା ଆସରେ ଭାଇ 

ହାତରେ ହାତ ରଖି

ଦୂଷିତ ଆମେ କରିବା ନାହିଁ

ଜଳ ଯେ ପ୍ରାଣ ସଖୀ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract