ଜିଲାପି (Jalebi)
ଜିଲାପି (Jalebi)
ଦୀପାବଳିର ଆଗମନରେ
ମନେ ପଡିଯାଏ ହଷ୍ଟେଲ ରୁମର
ବନ୍ଦ କୋଠରୀ ମଧ୍ୟରେ
ଦୀପାବଳି ପ୍ରସ୍ତୁତିର ଯୋଜନା
ସମସ୍ତ ବାନ୍ଧବୀଙ୍କ ସହ ବିତାଇଥିବା
ଖୁସିର ମୁହୁର୍ତ୍ତ ନିଆରା ଅନୁଭୂତି ଭାବନା ।
ପ୍ରୋଗ୍ରାମ କରିଥିଲୁ ଆମେ
ତିଆରି କରିବୁ ଗୁଲାବ ଜାମୁନ
ଆଉ ଜଲେବି ମିଷ୍ଟାନ୍ନ
ବାହାର କଲୁ ଲୁଚାଇ ଥିବା
ଇଣ୍ଡକସନ ଚୁହ୍ଲା, ବଜାରରୁ ଆଣିଲୁ
ଆବଶ୍ୟକୀୟ ସାମଗ୍ରୀ ମାନ ।
YouTubeରେ ଦେଖିଲୁ ଅନେକ
ଜିଲାପି ପ୍ରସ୍ତୁତି ପ୍ରଣାଳୀ
କେତେ ରକମର ଭଳିକି ଭଳି
କେତେ ପ୍ରକାର ଉପାୟ
ଭିଡିଓ ଦେଖି ଭାବିଲୁ ସଭିଏଁ
ଜିଲାପି ବନାଇବା ଭାରି ସହଜ
ଯେତେବେଳେ ବନାଇଲୁ ବନିଲା ସବୁ
ତେଢାମେଢା,ବଙ୍କାଟଙ୍କା ପୋଡା ହାୟ ।
ଏହି ଜିଲାପି ପ୍ରସ୍ତୁତିର କାହାଣୀ
ମନ ମଧ୍ୟେ ଥିଲା ସୁପ୍ତ
ଆଜିର ଏହି ଲିଖନିରେ
କଲି ମୁଁ ଏହାକୁ ପ୍ରକାଶ
କିଛି ମୁହୂର୍ତ୍ତ ପାଇଁ ଫେରି ପାଇଲି
ହଷ୍ଟେଲ ରୁମ୍ ଓ ବାନ୍ଧବୀଙ୍କ ଗହଣ
ଅତିତର ଏହି ଜଲାପିର ସ୍ମୃତି
ଜିଲାପି ଠାରୁ ଅଧିକ ମିଠା ବନ୍ଧୁଗଣ ।
