ଜୀଵନ ସଂଗ୍ରାମ
ଜୀଵନ ସଂଗ୍ରାମ
ଜୀବନ ସଂଗ୍ରାମେ ହାର୍ ମାନିବୁନି
କରିଥାଅ ଦୃଢପଣ ,
ସତ୍ୟ ଧର୍ମ ପଥ କେବେ ଛାଡିବୁନି
ଆସୁ ଯେତେ ବାଧା ବିଘ୍ନ ।
ଜୀବନ ସଂଗ୍ରାମେ ହାର୍ ମାନିବୁନି..
ସୁଖରେ ନ ହେବୁ ଉଦବିଗ୍ନମନା
ଦୁଃଖେ ନୁହେଁ ମ୍ରିୟମାଣ ,
ଥିଲେ ସତ୍ୟ ପଥେ ରତରେ ମାନସ
ଉଦ୍ଧାରିବେ ନାରାୟଣ ।
ଜୀବନ ସଂଗ୍ରାମେ ହାର୍ ମାନିବୁନି ..
କପଟ ପଶାର ପରାଭବ ଫଳ
ମହାଭାରତ ଆଖ୍ୟାନ ,
ହୋଇ ଛତ୍ରପତି ନରହିଲା ସ୍ଥିତି
ମହାମାନୀ ଦୁର୍ଯ୍ୟୋଧନ ।
ଜୀବନ ସଂଗ୍ରାମେ ହାର୍ ମାନିବୁନି ..
ଅନ୍ତର ବାହାର ଶୁଦ୍ଧ କର ତୋର
ମୁଖେ ଭଜ ରାମ ନାମ ,
ରାମ ନାମ ମହାମନ୍ତ୍ରର ଗାରିମା
ଭାଙ୍ଗି ଦେବ ଟାଣ ପଣ ।
ଜୀବନ ସଂଗ୍ରାମେ ହାର୍ ମାନିବୁନି ..
ଦାନବଙ୍କ ପରି କର ଆଚରଣ
କାହିଁକି ମାନବ ଗଣ ,
ଦୁଇ ଦିନର ଏ ଦୁନିଆକୁ ଆସି
ଦେଖାଉଛ ଟାଣ ପଣ ।
ଜୀବନ ସଂଗ୍ରାମେ ହାର୍ ମାନିବୁନି ..
ଟାଣ ଭାଙ୍ଗିଦେବେ ହରି ଦିନେ ନିଶ୍ଚେ
ଆତ୍ମବଡିମା ଟି ଜାଣ ,
ମୁଖେ ଭାଷୁ ତୁହି ମଧୁର ବଚନ
ଚେର କାଟିବା ଟି କାମ ।
ଜୀବନ ସଂଗ୍ରାମେ ହାର୍ ମାନିବୁନି ..
ଅନ୍ୟାୟ ପଥରେ ଅର୍ଜନ ଧନ ଟି
ଭସ୍ମ ହେବ ନିଶ୍ଚେ ଜାଣ ,
ଲୁଚି ଛପି ଅର୍ଜୁ ଯେତେ ପାପ ରାଶି
ଜାଣନ୍ତି ଚକାନୟନ ।
ଜୀବନ ସଂଗ୍ରାମେ ହାର୍ ମାନିବୁନି ..
ବେଳ ଥାଉଁ ସାବଧାନ ହୁଅ ବାବୁ
ନ ଦଣ୍ଡିବ କାଳ ଯମ ,
ମୁଢ ରାଧାଶ୍ୟାମ ନଜାଣି ଜଣାଏ
ଧ୍ୟାୟୀ ଶ୍ରୀ ରଙ୍ଗା ଚରଣ ।
ଜୀବନ ସଂଗ୍ରାମେ ହାର୍ ମାନିବୁନି।
