STORYMIRROR

Kabiratna Nutan Kumar Behera

Action Inspirational

4  

Kabiratna Nutan Kumar Behera

Action Inspirational

ଜୀବନଟା ଏକ ଅଙ୍କାବଙ୍କା ନଈ

ଜୀବନଟା ଏକ ଅଙ୍କାବଙ୍କା ନଈ

1 min
255

ଜୀବନଟା ଏକ ଅଙ୍କା ବଙ୍କା ନଈ 

     ବହି ଯାଏ ଆଶାର ସ୍ରୋତକୁ ନେଇ,

ଦୁର୍ଗମ ଶିଳାସ୍ତର ଭେଦାଇ ଦେଇ 

    ଆଗକୁ ଆଗକୁ ଯାଏ ସେ ଆଗେଇ। 


ପଥେ ତାର ଆସେ ଯେତେ ପ୍ରତିବନ୍ଧ 

    ପାରେନା ତାକୁ କରି ସେ ଅବରୋଧ,

ମୃତ୍ତିକାର ରୂପ କରି ହୃଦବୋଧ 

      ଗତି କରେ ଦ୍ରୁତ ମନ୍ଥରେ ଅବାଧ। 


ଅଙ୍କା ବଙ୍କା ପଥ କେତେ ଅନୁସରି 

     ଏକ ଲକ୍ଷ୍ୟେ ଯାଏ ଅତିକ୍ରମ କରି, 

ସାଗର ସଙ୍ଗମ ମନୋଭାବ ଧରି 

     ଦେଖୁଥାଏ ସେ ସପନ ଅସୁମାରୀ।


ସୁଖ ଦୁଃଖ ତାର ଅଟେ ଦୁଇକୂଳ 

       ମଝିରେ ପ୍ରବାହିତ ମଧୁର ଜଳ,

ବିପଦ ବନ୍ୟାରେ ହୁଏ ଅସମ୍ଭାଳ 

      ନିଦାଘ ସମୟେ ପାଲଟଇ ସ୍ଥଳ।


ଯେତେ ନଈ ନୁହଁନ୍ତି କେହି ସରଳ 

     ପଥ ତାର ଅଙ୍କା ବଙ୍କାରେ ଜଟିଳ,

ଖାଲ ଢିପ ଶଯ୍ୟା କରି ସମତଳ 

     ବହିଯାଏ ସ୍ରୋତ ତାର ଅନର୍ଗଳ।


ନଈ ପରି ଜୀବନ ବି ଏକ ନଈ

   ବାଟ ତାର ଅଙ୍କା ବଙ୍କା ଥାଏ ହୋଇ,

ଦୁଃଖ ଯନ୍ତ୍ରଣା କେତେ ସେ ସହିସହି 

     ସଫଳତାର ସୀମାକୁ ଯାଏ ବହି।


ନଈ ଇଚ୍ଛା ଛୁଇଁବାକୁ ଆନିକଟ 

    ଜୀବ ଇଚ୍ଛା ପରମଙ୍କ ସାଥେ ଭେଟ,

ଜୀବନ ଓ ନଈର ସମାନ ବାଟ 

   ଏଡି ତ ପାରେନା କେହି କଲେ ହଟ ।


Rate this content
Log in

Similar oriya poem from Action