STORYMIRROR

Dharmaraj Mahamallik

Romance Others

3  

Dharmaraj Mahamallik

Romance Others

ଜୀବନ୍ତ ସ୍ୱପ୍ନ

ଜୀବନ୍ତ ସ୍ୱପ୍ନ

1 min
301

ବିଚ୍ଛୁରିତ ଇଚ୍ଛାର ସମାହାର

ଆବେଗମୟ ଜୀବନର ପ୍ରହାର

ଶର୍ବରୀ ମଧ୍ୟେ ସ୍ୱପ୍ନ କରେ ଚିତ୍କାର

ଜୀବନ୍ତ ଅବା ମୃତ ମୋ କଳେବର 

ସମ୍ମୋହନୀ ନେତ୍ରେ ଅଦୃଶ୍ୟ ପ୍ରାଚୀର

କେତେ ଯେ ଆଶା ଦିଶେ ଅଗଭୀର  ।।

ପ୍ରଦୋଷର ପ୍ରସ୍ଥାନେ

ନିଶାଥିନୀର ଆଗମନେ

ଜୀମୂତର ଫାଙ୍କରେ

ଚନ୍ଦ୍ରର କିରଣେ

ସ୍ୱପ୍ନ ଆଜି ଚମକେ

ଉଷାର ଆଗମନେ

ଶୀତଳ ସ୍ପର୍ଶ ନେଇ

ନିଦ ସହ ଝୁଣ୍ଟାଏ ।।

ଅଭିଳାଷର ଅଭିଳାଷେ

ଯାମିନୀର ସ୍ପର୍ଶେ

ସ୍ୱପ୍ନ ଆଜି ଫୁଟେ 

କେତେ ଯେ ମୃତ 

ଜୀବନ୍ତ ମାତ୍ର ଗୋଟେ ।।


Rate this content
Log in

Similar oriya poem from Romance