ଭଂଗ୍ନାଶର ଅଭିମାନ
ଭଂଗ୍ନାଶର ଅଭିମାନ
1 min
302
କିଏ ସେ କର୍ତ୍ତା !
କାଇଁ ଏତେ ନୂତନତା
ମୁଁ ତ ଭାଙ୍ଗେ
କାଇଁ ସେ ଯୋଡ଼େ !
ଆକ୍ରମଣେ ମୋର
ହୋଇ ପରାସ୍ତ
କାଇଁ ସେ ଆଣ୍ଠାଏ ।
ପରାକ୍ରମେ ଉଠି ପୁଣି
କାଇଁ ନୂତନତାର ବୀଜ ବୁଣେ ।
ଅର୍ବାଚୀନ ଦୃଶ୍ୟର ଦ୍ୱାହି ଦେଇ
ମତେ କାଇଁ ଏଠି ଟାଣେ ।
ଯଦି ଥିଲା ନୂତନତାର ଆଶା
ଭଗ୍ନାଂଶର ଅବଶେଷ ହୋଇ
ନିସ୍ତେଜ ହୋଇଯିବି ଏହି କ୍ଷଣେ ।।
