STORYMIRROR

Dharmaraj Mahamallik

Others

3  

Dharmaraj Mahamallik

Others

ସମୟର ଚିତ୍କାର

ସମୟର ଚିତ୍କାର

1 min
368

ଏଇ ଧୂଳିମୟ ପିଣ୍ଡ ରେ

କେତେ ଅବା ଆଉ ପ୍ରାଣ ?

ନିଛାଟିଆ ଲମ୍ବିୟମାନ ଧାଡି ଆଗେ

ତୁଚ୍ଛାଟାରେ କରେ ସମର୍ପଣ !


ଶଙ୍ଖ ଧ୍ୱନିର ଆର୍ତ୍ତ ନାଦରେ

ସମୟ କରେ ଚିତ୍କାର

ଉଛୁଲା ଜୀବନ ସହ ଉଛୁଲା ଆୟୁ

ଜନ୍ମ ତ ଲଭିଛୁ, ମୃତ୍ୟୁକୁ କର ସ୍ୱୀକାର 


ଅଳନ୍ଧୁ ଲଗା ଭବିଷ୍ୟତ ଆଗେ

ବୋଧେ ଟିକେ ଝାପ୍ସା ବର୍ତ୍ତମାନ

ସମୟ ସ୍ରୋତେ ଯାଉଛି ଭାସି

ମୃତ୍ୟୁକୁ କରି ଆହ୍ୱାନ  ।।


ଅତୀତକୁ ଚିରି  

ବର୍ତମାନ ପାଖେ ବନ୍ଧା

 ଏ ସମୟର ଡୋରି

ଏ ସମୟର ଡୋରି ।।


Rate this content
Log in