ପ୍ରତ୍ୟୁଷର ପ୍ରତୀକ୍ଷା
ପ୍ରତ୍ୟୁଷର ପ୍ରତୀକ୍ଷା
1 min
137
ତିମି ଅନ୍ଧକାରର ଅଦୃଶ୍ୟ ବର୍ଣ୍ଣ
ପାଦ ତ ପଡେ ଏଠି ହେଲେ ପଡ଼େନି ଚିହ୍ନ
ଝିଙ୍କାରି ର ଏଠି ଶୁଭେ କ୍ରନ୍ଦନ
ଅସୁମାରୀ ମନେ ଆସେ କେତେ ଯେ ପ୍ରଶ୍ନ ।
ଯୋଜନା କିରଣେ ମନ ହୁଏ ଉଚ୍ଛନ୍ନ
ସ୍ୱପ୍ନ ଏଠି ଉଙ୍କି ମାରେ,ଭାବନା ର ହୁଏ ଜନ୍ମ
ଯାମିନୀ ହୁଏ ନିରବତା ରେ ପୂର୍ଣ୍ଣ
ଅଜସ୍ର ଲୋତକ ଧାର ହୁଏ ଦିଗହୀନ ।
ଅଶ୍ରୁରେ ସ୍ରୋତେ ନୟନେ ହୁଏ ସୁଖ ଲୀନ
କବଳିତ ଭାବନା ରେ ବିଚଳିତ ମନ
ଯନ୍ତ୍ରଣାର ପ୍ରହାରେ ଅଶ୍ରୁସିକ୍ତ ହୁଏ ନୟନ
ଘନ ଅନ୍ଧାରେ ସୁଖର ହୁଏ ଉଂଲ୍ଲଘନ
ପ୍ରତ୍ୟୁଷ ର ପ୍ରତୀକ୍ଷା ରେ ବ୍ୟଗ୍ର ହୁଏ ମନ ।
