STORYMIRROR

Dharmaraj Mahamallik

Inspirational

4  

Dharmaraj Mahamallik

Inspirational

ସ୍ୱପ୍ନର ସହର

ସ୍ୱପ୍ନର ସହର

1 min
145

ସ୍ୱପ୍ନର ସହର ଆଜି ବନ୍ଧା ପଡ଼ିଛି

ସ୍ମୁତିର ଫାଶ କବଳରେ

ଅରାଜିକତା ର ରାଜୁତି ଚାଲୁଛି

ଏହି ବାସ୍ତବିକତାର ଜୀବନ ରେ

ଅଙ୍କୁରିତଦ୍ଗମ୍ ସ୍ମୁତି ସବୁ

ସୁଖତୃଷ୍ଣା ଓଠେ ହସରୂପେ ପ୍ରସ୍ଫୁଟିତ

ବର୍ତ୍ତମାନ ରୁପୀ କୂଳ ସଂହାରୀ

ଭାସିଯାଏ ସ୍ମୁତି ସବୁ ହୋଇ ଅତୀତ

ବର୍ତ୍ତମାନର ଅତୀତକୁ କାଖେଇ ନେଇ

ଗଢୁ, ଆମେ ସ୍ବପ୍ନର ସହର

ଆଗପରି କଳୁଷିତ ନ ହୋଇ

ହେଉ ସ୍ମୁତିର ଉଜାଗର 

ହେଲା ନିଶାମୁଖର ପ୍ରସ୍ଥାନ

କଲା ଶର୍ବରୀ ତା'ର ଆଗମନ

ସ୍ମୁତି ଦ୍ଵିଜ ଉଡି ଆସି ହୃଦେ ବସା ବାନ୍ଧିଲା

ବାସ୍ତବିକତାର ଜୀବନ ଭୁଲାଇ

ଆଗମନ କରାଇଲା ସ୍ମୁତି ପାନ୍ଥଶାଳା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational