STORYMIRROR

Dharmaraj Mahamallik

Others

3  

Dharmaraj Mahamallik

Others

ତଥାପି ଜୀବନ ବହେ

ତଥାପି ଜୀବନ ବହେ

1 min
98

ହୃଦୟ ଖୋଜୁଛି  ଦର୍ଶନ ଟିକିଏ

ଆଶାର ଆଲୋକ ପାଇଁ

ଜୀବନ ଚାଲୁଛି   ଏମିତି ଚାଲିବ

ମୃତ୍ୟୁ ସହ ଭେଟ ପାଇଁ ।

ନିଶ୍ୱାସ ଦୌଡୁଛି  ପ୍ରଶ୍ୱାସ ଧାଉଁଛି

କ୍ଷଣିକ ବଞ୍ଚିବା ପାଇଁ

ସମୟର ସ୍ରୋତ ବହି ତ ଚାଲିଛି

ମୃତ୍ୟୁ ସହ ଭେଟ ପାଇଁ ।

ଜୀବନର ଧାର  କେତେ ଯେ ତୀଷ୍ମଣ୍

ଲୁହ ସହ ଲହୁ ଝରେ

ଶରୀର ଅନ୍ତରୁ  ହୃଦୟ କାନ୍ଦୁଛି

ନୟନୁ ଲୋତକ ବହେ ।

କ୍ଷୁଦ୍ର ଏ ଶରୀର  ବୁକୁ ଚିରା କଷ୍ଟ

ଅସହ୍ୟ ବେଦନା ସହେ

ମରି ମରି ଆଜି  କୁହୁଳେ ଅନ୍ତର

ତଥାପି ଜୀବନ ବହେ ।


Rate this content
Log in