ବୁନ୍ଦା ନୁହେ ଏହା ମୁକ୍ତା
ବୁନ୍ଦା ନୁହେ ଏହା ମୁକ୍ତା
ରାତ୍ରିର ଅନ୍ଧାର ଗଭୀରେ
ଶୟନରତ ମୁହିଁ ପଲଙ୍କେ
ଝିପି ଝିପି ବର୍ଷାର ଚିତ୍କାର
ମନକୁ ଡରାଇ କରେ ଗମ୍ଭୀର ।
ନିଶୀ ଅନ୍ଧକାରେ ଶବ୍ଦ ସବୁକୁ ଚାପି
ଝିପି ଝିପି ବର୍ଷା କରେ ଚିତ୍କାର
ଅନ୍ୟ ଦିଗରୁ ତହିଁ କରେ
ଆଲୋକର ରଶ୍ମି ଆଗମନ ।
ବର୍ଷା ଟୋପାରେ ଲକ୍ଷ୍ୟଭେଦି
ନୟନକୁ ହୀରା ପରି କରାଏ ଦୃଶ୍ୟମାନ
ଏହି ଉତ୍ତପ୍ତ ଧରାମଣ୍ଡଳେ
ଖୋଜୁଛୁ ଆମେ ହିମମଣ୍ଡଳ ।
ବର୍ଣ୍ଣହୀନ ରକ୍ତ ସବୁ ଉସ୍ବେଦନ ହୋଇ
ଶୁଷ୍କ ହୁଏ ତନୁରୁ ସର୍ବସ୍ଵ ଝାଳ
ବର୍ଷା ବିନା,ପୃଥ୍ବୀ ଆଜି ଅଗ୍ନିମୁଖା
ଦେଖାଏ ତାତି ରୁପୀ ତା ପ୍ରକୋପ ।
କୋଇଲାରୁ ଜନ୍ମେ ଜ୍ବାଳା
ସେଠୁ ଜନ୍ମେ ହୀରା
ବର୍ଷା ଆଣେ ଶୀତଳ ପରସ୍ତ
ବର୍ଷା ନୁହେଁ ଏହା ହୀରା !
