Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Budhadev Nayak

Inspirational

3  

Budhadev Nayak

Inspirational

ଜୀବନରେ ଜୀବନ

ଜୀବନରେ ଜୀବନ

1 min
189


ଜୀବନରେ ଜୀବନ ଆସିଛୁ ତୁ ଏକାରେ

      ଆସିଛୁ ଲଙ୍ଗଳା ହୋଇ ଯିବୁ ଶୂନ୍ୟ ହେଇରେ ।


ଜନମ ମୃତ୍ୟୁ ମଧ୍ୟେ ଜୀବନ ତୋ କାଳରେ

      ହସ କାନ୍ଦ ଦୁଃଖ କଷ୍ଟେ ସରେ ତୋ ଦିନରେ ।


ଏ ଧନ ସମ୍ପତ୍ତି ତୋର ଜ୍ଞାତି କୁଟୁମ୍ବରେ

      ଯିବୁ ନାହିଁ ସାଥେ ନେଇ ଛାଡ଼ିଯିବୁ ମର୍ତ୍ତ୍ୟରେ ।


ଏ ଜୀବନ ବାଟ ସାରା ସଂଘର୍ଷ ବିରୋଧୀ ରେ

      କିଞ୍ଚିତେ ଖୁସି ପାଇଁ ଚାଲୁଥିବା ସଂଘର୍ଷରେ  ।


ଆଜିର ଏ ଜୀବ ଆତ୍ମା କାଲିକି ତ ନାହିଁରେ

      ଯେତେ ବଢ଼ି ବଢ଼ି ଯିବୁ ମୃତ୍ୟୁ ଆଗେ ଥାଏରେ ।


ଦୀପ ଶିଖା ଯେହ୍ନେ ଆମ ଏ ଜୀବନରେ

       ସଳିତା  ଜଳିବା ଯାଏଁ ଆମେ ବଞ୍ଚିଥିବା ରେ ।


କଷ୍ଟ  କଲେ କୃଷ୍ଣ ମିଳେ ଅତୀତରୁ ଲେଖାରେ

      ଏ ଜନମେ କଷ୍ଟ କଲେ କୃଷ୍ଣ କୃପା ମିଳେରେ  ।


ଏ ଛୋଟ ଜୀବନ ମଧ୍ୟେ ଭିନ୍ନ ଭିନ୍ନ ସ୍ଥିତିରେ

       ସବୁ ସ୍ଥିତି ପାରି କରି ଜୀବ ହୁଏ ବୁଢ଼ା ରେ ।


ପିଲାବେଳ  ପାର କରି ପହଞ୍ଚେ କୈଶରରେ

       ପରେ ଯବାନ ଆଉ ତାପରେ ବୃଦ୍ଧ ରେ ।


ଏ ଜୀବନ ଆମ ଏକ ଅଙ୍କା ବଙ୍କା ରାସ୍ତାରେ

       ଚାଲୁଥିବା ଥକିବାନି କରି ସଂଘର୍ଷ ରେ ।


ଭୂତାଣୁର ରୂପ ନେଇ ଆସିଛି ରାକ୍ଷସ ରେ

        ହାରିବାନି ଡରି ଲଢ଼ିଯିବା ଦୃଢ଼ ମନ ରେ ।


ତା ପାଇଁ ଜୀବିକା  ଆଜି ଭୁଷୁଡ଼ି ପଡ଼ିଛି ରେ

        ଖାଇବା ମିଳୁନି କିଛି ମରୁଛନ୍ତି ଭୋକରେ ।


ଯିବା ଆସିବା ଏମିତି ଲାଗି ରହିଥାଏ ରେ

        ଏ ଜୀବନର କଷ୍ଟ ଫଳ ସ୍ୱର୍ଗ ପ୍ରାପ୍ତି ହୁଏ ରେ |


Rate this content
Log in

Similar oriya poem from Inspirational