Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

3  

Sadananda Sahoo

Inspirational

ଜୀବନର ସତ୍ୟ

ଜୀବନର ସତ୍ୟ

1 min
500



ଜୀବନର ସତ୍ୟ ପ୍ରକଟିତ ନିତ୍ୟ 

   ହେଜ ଆହେ ବିଜ୍ଞଜନ , 

ସତ୍ୟପଥେ ଧର୍ମପଥେ ପାଦଥାପ  

    ଅରଜିବ  ଯଶମାନ ॥   

  

ସତ୍ଯାନୁସରଣ  ଧର୍ମାନୁସରଣ 

     କରଆହେ ସୁଧୀଜନ , 

ସୁଶୋଭିତ ହେଵ ଦୁର୍ଲ୍ଲଭ ଜନମ 

    କାମନା କର ବାରଣ ॥ 


ମିଥ୍ୟା ଅପବାଦ ଅପସରି ଯିବ 

    ସମୟର ଚଲାପଥେ , 

ସତ୍ୟଉନ୍ମୋଚନ ସମୟ କରିବ 

    ଧର୍ଯ୍ୟରଖ ସମର୍ପଣେ ॥ 


ଅନିଷ୍ଟ ସାଧନ କରେ ଶତୃ ନର 

     ଷଡଯନ୍ତ୍ର ମନ୍ତ୍ର ଧ୍ୟାୟୀ , 

ଅବଶ୍ୟ କଷଣ ଭୋଗଇ ନିର୍ଦୋଷ 

     ପରେ କିନ୍ତୁ ହୁଏ ଜୟୀ ॥ 


ଯେତେ ବୁଦ୍ଧିମାନ ହେଉ ଶତୃଜନ 

     ସତ୍ୟପାଶେ ମଥାପାତେ , 

ସମୟ ଚକ୍ରରେ ପଡେ ନାଗଫାଶେ 

     ପ୍ରାୟଶ୍ଚିତ କରେ କେତେ ॥ 


ଦୁଃଖର ସମୟ ନୁହେଁ ବେଶିଦିନ 

       ସୁଖଆସେ ହସିହସି , 

ଦୁଃଖ ପରେ ସୁଖ ସତ୍ୟ ଚିରନ୍ତନ 

     ସମୟ ସାପେକ୍ଷ ଖୁସି  ॥ 


 କର୍ମ ଆଧାରରେ ଫଳଫଳେ ସତେ 

      ଏକଥା ନୁହଁଇ ମିଥ୍ୟା ,  

ସୁକର୍ମ କଲେ  ଭଲ ଫଳ ମିଳେ 

     କୁକର୍ମ କଲେ ପିତା ॥ 



Rate this content
Log in

Similar oriya poem from Inspirational