STORYMIRROR

Anam Charan Sahoo

Fantasy

4  

Anam Charan Sahoo

Fantasy

ଜୀବନର ରଙ୍ଗ

ଜୀବନର ରଙ୍ଗ

1 min
158

ଜୀବନେ ଭରା କେତେ ଯେ ରଙ୍ଗ

ହିସାବ ତା'ର କାହିଁ

କେବେ ଫଗୁଣ କେବେ ଶ୍ରାବଣ

ଜୀବନେ ଯାଏ ବହି।

ହେଲେ ସକାଳ ନୂଆ ସୂରୁଜ

ଦେହେ ମାଦକ ଭରେ

ସନ୍ଧ୍ୟା ନଇଁଲେ ରାତି ଆସିଲେ

ଶଙ୍କା ରେ ଛାତି ଥରେ।

ଜୀବନ ପଥ ବଡ଼ ବିଚିତ୍ର

ଜାଣି ନପାରେ କେହି

କେବେ ସଳଖ କୋଉଠି ବାଙ୍କ

ପଥର ଯିବ ରହି।

ମରୁବାଲିର ମରୀଚିକାରେ

ଭଟକି ଯାଏ କିଏ

ଜୀବନ ତା'ର ଯାତନା ପୂର୍ଣ

ଜାଣି ଅଜଣା ଯିଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy