STORYMIRROR

Prasanta Kumar pradhan

Classics Fantasy

3  

Prasanta Kumar pradhan

Classics Fantasy

ବସନ୍ତ

ବସନ୍ତ

1 min
288

            ଋତୁ ମଧ୍ୟେ ସାର ବସନ୍ତ ସମ୍ଭାର

                     ଚଗଲା ଫଗୁଣ ହୃଦେ ବହେ ଯାର

                     ବସନ୍ତ ନାମେ ସେ ଜଣା

                     ନାହିଁ ପଟାନ୍ତର କେତେ ମନୋହର

                      ଋତୁ ରାଜ ପଣେ ଗଣା।


କେତେ କାତରତା ଧରଣୀ ରାଣୀର

ପ୍ରେମ ଭରା ସ୍ପର୍ଶ ପାଇବାକୁ ତାର

ସାଜି ବଧୂରାଣୀ ବେଶ

ସଜେଇ ମଜେଇ ବାସ ଚହଟାଈ

ମଧୁ ଗନ୍ଧେ ଭରା କେଶ।


                       

            ଅମାନିଆ ଅଳୀ ଫୁଲେ ଫୁଲେ ବୁଲି

                       ମଧୁ ଚୁମି ଯାଏ ମତୁଆଲା ଭଳି

                       ଦେଖି ଆତ୍ମ ହରା ମନ

                       ଡାଳୁ ଡାଳ ଡେଇଁ ପତନୀ ପତଙ୍ଗ

                       ଖେଳରେ ବିତାନ୍ତି ଦିନ।


କେତେ ରଙ୍ଗେ ପୁଣି ରଙ୍ଗଇ ବସନ୍ତ

କାକ ପିକ ଗାଆନ୍ତି ବସନ୍ତ ସଙ୍ଗୀତ

ସମୀର ମାଦଳ ତାଳେ

ନାଚେ ଝୁମି ଝୁମି ପ୍ରକୃତିର ରାଣୀ

ବିହଙ୍ଗ ବିହଙ୍ଗି ମେଳେ।


                            

                      ସବୁଜ ଏ ଧରା ଶସ୍ୟ ହରା ଭରା

                      ଶୀତଳ ସମୀର କଁଳିଆ ଖରା

                     ନାହିଁ ଉଷ୍ମ ଅବା ଶୀତ

                    ପ୍ରକୃତିର କୋଳେ ନାନା ସାଜ ସଜା

                     ଦେଖି ମନ ପ୍ରାଣ ତୃପ୍ତ।


ଆକାଶ ନିର୍ମଳ ହୋଇ ଘନ ନୀଳ

ଠାଏଁ ଠାଏଁ ପୁଣି ମେଘ ମାଳ ମାଳ

ବିହଙ୍ଗେ ଉଡ଼ନ୍ତି ନଭେ

ଗାଈ ଚାଲିଥାନ୍ତି ବସନ୍ତର ଗାଥା

ଧନ୍ୟ ହେ ବସନ୍ତ ତୁମ୍ଭେ।


           



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Prasanta Kumar pradhan

Similar oriya poem from Classics